ଗୁଜୁରାଟ୍ ଦଙ୍ଗାକୁ ନେଇ ଫିଲ୍ମ ନିର୍ମାଣ କରିବେ ନିର୍ଦ୍ଦେଶକ ବିନୋଦ କାପାଡି

ନୂଆଦିଲ୍ଳୀ ୧୬।୦୪ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ କୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା। ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି । କିଛି ଲୋକ ଏହି ଚଳଚ୍ଚିତ୍ରକୁ ଦୃଢ ବିରୋଧ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ କହିଛନ୍ତି ଯେ ଲୋକମାନେ ଫିଲ୍ମରେ ଦେଖାଯାଇଥିବା ସତ୍ୟରୁ ଦୂରେଇ ରହିବା ଉଚିତ୍ ନୁହେଁ। କାରଣ କାଶ୍ମୀର ଫାଇଲ ଫିଲ୍ମ ମାଧ୍ୟମରେ କାଶ୍ମୀର ପଣ୍ଡିତଙ୍କୁ କିପରି ଯନ୍ତ୍ରଣା ଦିଆଯାଇଥିଲା ସେହି କାହାଣୀକୁ ଦର୍ଶାଯାଇଛି । ଏଥିପାଇଁ ଏହାକୁ ଜଣାଇବାକୁ ଚେଷ୍ଟା କରାଯାଇଛି। ବର୍ତ୍ତମାନ ବଲିଉଡ ନିର୍ଦ୍ଦେଶକ ବିନୋଦ କାପାଡିଆ ମଧ୍ୟ ଗୁଜରାଟ ଫାଇଲସ ନାମକ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଯାହା ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ହେବ, ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ବିନୋଦ କାପାଡିଆ ତାଙ୍କର ପ୍ରଥମ ଟ୍ୱିଟରେ ପିଏମ ମୋଦୀଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ଗୁଜୁରାଟ ଫାଇଲ୍ସ ନାମରେ ମୁଁ ଏକ ଆକ୍ଟ ଉପରେ ଆଧାର କରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ କରୁଛି । ଏଥିରେ ଆପଣଙ୍କର ଭୂମିକା ମଧ୍ୟ ବିସ୍ତୃତ ଭାବରେ ଉଲ୍ଲେଖ କରାଯିବ। ‘ ଏହି ଟ୍ବିଟ୍‌ରେ ଆହୁରି ଲେଖା ହୋଇଛି କି , ‘ଆଉ ମୁଁ ଆଜି ଦେଶ ସାମ୍ନାରେ ନିଶ୍ଚିତ କରିବ କି ନରେନ୍ଦ୍ର ମୋଦୀ ଫିଲ୍ମ ରିଲିଜ ବନ୍ଦ କରିବେ ନି ତ…?’

Leave A Reply

Your email address will not be published.