ୟୁକ୍ରେନରେ ସଙ୍କଟରେ ମାନବୀୟ ସ୍ଥିତି, ଜରୁରୀ ବୈଠକ ଡାକିଲା ଜାତିସଙ୍ଘ 

ନୂଆଦିଲ୍ଲୀ ୧୭/୦୩: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉଭୟ ପକ୍ଷରୁ ଶହ ଶହ ସୈନ୍ୟ ଓ ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି । ଏହାମଧ୍ୟରେ କିନ୍ତୁ ସବୁଠୁ ବେଶୀ କ୍ଷତି ସହିଛି ୟୁକ୍ରେନ । ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପ ପାଲଟିଛି । ତେବେ ଯୁଦ୍ଧ ବିରତ୍ତି ପ୍ରସଙ୍ଗ ତଥା ୟୁକ୍ରେନରେ ମାନବୀୟ ସ୍ଥିତି ନେଇ ଜରୁରୀ ବୈଠକ ଡାକିଛି ଜାତିସଂଘ ସୁରକ୍ଷା ପରିଷଦ । ଜାତିସଙ୍ଘ ସୁରକ୍ଷା ପରିଷଦ ଅପରାହ୍ଣ ୩ଟାରେ ଜରୁରୀ ବୈଠକ ଡାକିଛି ।  ଏଥିରେ ଆମେରିକା ସମେତ ୬ଟି ଦେଶ, ବ୍ରିଟେନ, ଫ୍ରାନ୍ସ, ଆଲବାନିଆ, ଆୟରଲ୍ୟାଣ୍ଡ ଏବଂ ନରୱେ ସାମିଲ ହେବେ ବୋଲି ଜଣାପଡିଛି । ତେବେ ଏଥିରେ ୟୁକ୍ରେନରେ ଋଷର ଦମନଲୀଳା ସ୍ଥାନ ପାଇବ । ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ୨୧ ଦିନ ଧରି ଭୟଙ୍କର ଯୁଦ୍ଧ ଜାରି ରହିଛି । ଗୁରୁବାର ଯୁଦ୍ଧର ୨୨ତମ ଦିନ ଅଟେ । କଡା ପ୍ରତିବନ୍ଧକ ସତ୍ତ୍ୱେ ଋଷ ଘନଘନ ମିସାଇଲ ମାଡ ଜାରି ରଖିଛି ।  

Leave A Reply

Your email address will not be published.