କିଭ୍‌ରେ ବର୍ଷିଲା ଋଷ ରକେଟ୍, ହମଲାରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ

କିଭ୍ ୧୮/୦୩ : ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନି । ୨୪ ଫେବୃୟାରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ସୈନିକଙ୍କ ସହ ସାଧରଣ ନାଗରିକଙ୍କ ବି ମୃତ୍ୟୁ ହେଲାଣି । ୟୁକ୍ରେନରେ ବଡ ସଂଖ୍ୟାରେ ଲୋକଙ୍କ ଜୀବନ ନେଇଛି ଏହି ଯୁଦ୍ଧ । ତେବେ ସାଧାରଣ ଲୋକ ଏହି ଯୁଦ୍ଧର ଟାର୍ଗେଟରେ ଆସିଛନ୍ତି ୟୁକ୍ରେନ୍‌ର ଅଭିନେତ୍ରୀ ଓକସାନା । ଋଷ ପକ୍ଷରୁ ହୋଇଥିବା ହମଲାରେ ୟୁକ୍ରେନର ଅଭିନେତ୍ରୀ Oksana Shvetsଙ୍କ ମୃତ୍ୟୁ ହୋଇଛି । କିଭ୍‌ର ଏକ ଆବାସିକ କୋଠା ଉପରେ ହୋଇଥିବା ରୁଷ ସେନାର ରକେଟ ହମଲାରେ ତାଙ୍କ ଜୀବନ ଚାଲିଯାଇଛି । ୟଙ୍ଗ ଥିଏଟର କମ୍ୟୁନିଟି ଦ୍ୱାରା ଓକସାନାଙ୍କ ମୃତ୍ୟୁ ଖବର ଦିଆଯାଇଛି । ଏଠାରେ ଓକ୍ସାନା ଦୀର୍ଘ ସମୟ ଧରି କାମ କରିଥିଲେ । ଏଥିରେ ଦ ସିକ୍ରେଟ ଅଫ୍ ସେଣ୍ଟ୍ ପ୍ୟାଟ୍ରିକ୍, ଟୁମୋରୋ ଓ୍ବିଲ୍‌ ବି ଟୁମୋରୋ ଓ ଦ ରିଟନର୍ସ ଅଫ୍ ମୁଖତାର ରହିଛି । ତାଙ୍କୁ ୟୁକ୍ରେନ୍‌ର ସମ୍ମାନିତ କଳାକାର ଭାବରେ ଜଣାଯାଏ । ଦ ହଲିଉଡ ରିପୋର୍ଟ କୁହେ ମୃତ୍ୟୁ ବେଳକୁ ଓକସାନାଙ୍କୁ ୬୭ ବର୍ଷ ହୋଇଥିଲା । ରାଜଧାନୀ କିଭ୍ ସହିତ ୟୁକ୍ରେନର ବହୁ ସହର ଏପର୍ଯ୍ୟନ୍ତ ମିସାଇଲ ମାଡରୁ ବର୍ତ୍ତିପାରିନି ।

Leave A Reply

Your email address will not be published.