ଗାଡି ଧକ୍କାରେ ଚିତ୍ରା ହରିଣ ମୃତ

କୋଣାର୍କ, ୨୦/୦୩: ପୁରୀ ଜିଲ୍ଲା ଗୋପ କୋଣାର୍କ ରାସ୍ତା  ଗୋପ ବ୍ଲକ ନିକଟରେ ଏକ ଚିତ୍ରା ହରିଣ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ବନ ବିଭାଗ ମୃତଦେହକୁ ଉଦ୍ଧାର କରିଛି l ସୂଚନା ଅନୁସାରେ ରବିବାର ସକାଳୁ ଏକ ଅଜଣା ଗାଡି ଧକାରେ ଗୋପ ବ୍ଲକ ନିକଟରେ ଏକ ଚିତ୍ରା ହରିଣର ମୃତ୍ୟୁ ଘଟିଛି l ଖବର ପାଇ ଗୋପ ବନ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ମୃତ ହରିଣଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୁସୁପୁର ପଶୁ ଚିକିତ୍ସାଳୟକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତ ହରିଣଟିକୁ ପୋତା ଯିବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ, ଗତ ତିନି ମାସ ଭିତରେ କୋଣାର୍କ ଗୋପ ଅଞ୍ଚଳରେ ତିନୋଟି ହରିଣ ଦୃର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ହରିଣଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

Leave A Reply

Your email address will not be published.