ସୁନା ଦୋକାନରୁ ଲୁଟିନେଲେ ଲୁଟେରା

ଧର୍ମଗଡ଼ ୨୨।୦୩ : ସୁନା ଅଳଙ୍କାର ଦୋକାନରୁ ଲୁଟ୍‌ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗାଁରୁ ଏହି ଲୁଟ୍‌ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ମଙ୍ଗଲମ ଜୁଏଲାର୍ସ ନାମକ ଏକ ଦୋକାନରୁ ସୋମବାର ରାତିରେ ଲୁଟ୍‌ ହୋଇଛି । ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ସହିତ ୧୫ କେଜି ରୂପା ଲୁଟିନେଲେ ଦୁର୍ବୁତ୍ତ । ଏନେଇ ଦୋକାନ ମାଲିକା ପିଣ୍ଟୁ ଆଚାରି କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.