ଫୁଲବାଣୀ ପୌର ପରିଷଦ ଉପାଧ୍ୟକ୍ଷା ଲବିରେ ପାୟଲ ବେହେରା ଆଗରେ..

ଫୁଲବାଣୀ-୨/୪ ଫୁଲବାଣୀ ରାଜନୀତି ଏବେ ରୋଚକ ପରିସ୍ଥିତିରେ ପୌରଅଧ୍ୟକ୍ଷ ଟିକେଟ ପାଇଁ ଏବେ ଜୋରଦାର ଚାଲିଛି ଅଙ୍କକଷା . ପୌର ପରିଷଦ ଉପାଧ୍ୟକ୍ଷା ରେସରେ ଏବେ ଅନେକ ଆଶାୟୀ ତେବେ ବିଜେଡିର ବଡ଼ବଡ଼ିଆ ନେତାଙ୍କ ଜିଦ୍ ଓ ପୁରୁଖା କର୍ମୀମାନଙ୍କୁ ଅଣଦେଖା କରିବା ଫଳରେ ବିଜେଡି ଗଡ଼ରେ ବିଜେଡିର ପରାଜୟ ହୋଇଥିବା ନେଇ ଚର୍ଚା ଜୋରଦାର ହେଉଛି । ଯାହା ଫଳରେ ହାତରୁ ପୌର।ଧ୍ୟକ୍ଷା ପଦବୀ ବିଜେପି ହାତକୁ ଚାଲି ଯାଇଛି । ଏବେ ଉପାଧ୍ୟକ୍ଷ ପଦବୀ ପାଇଁ କସରତ ଆରମ୍ଭ ହୋଇଛି । ଯଦିଓ ୧୩ କାଉନସିଲ ବିଶିଷ୍ଟ ଫୁଲବାଣୀ ମୁନିସିପାଲଟିରେ ୭ଟି ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି ହେଲେ ଉପାଧକ୍ଷ ପାଇଁ ଦାବୀଦାର ଦୁଇଜଣ ଅଛନ୍ତି । ସହରର ସବୁଠୁ ବଡ଼ ଓ ସର୍ବାଧିକ ଭୋଟର ଥିବା ୯ ନମ୍ବର କାଉନସିଲର ଭାବେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ମହିଳା କାଉନସିଲର ପାୟଲ ବେହେରା ଉପାଧକ୍ଷା ପଦବୀ ପାଇଁ ଦାବୀ କରିବା ସହ ରେସରେ ଆଗରେ ଅଛନ୍ତି । ପାୟଲଙ୍କୁ ଅଧିକାଂଶ କାଉନସିଲର ସମର୍ଥନ କରୁଥିବା କୁହାଯାଉଛି । ମନ୍ତ୍ରୀ, ତଥା ପ୍ରଭାରୀ ପ୍ରତାପ ଜେନା, ବିଧାୟକ, ସାଂସଦ ବି କୁଆଡେ ତାଙ୍କୁ ପସନ୍ଦ କରୁଛନ୍ତି । ସେହିଁ ଏକମାତ୍ର ମହିଳା ଯିଏକି ଉପାଧକ୍ଷ ପାଇଁ ଯୋଗ୍ୟ।। ତାଙ୍କ ସ୍ଵାମୀ ବିକ୍ରମ ବେହେରା ଜଣେ ଦକ୍ଷ ଯୁବ ସଂଗଠକ ମଧ୍ୟ । ନେତୃତ୍ଵ ନେବାର ଦକ୍ଷତା ବି ରହିଛି ତାଙ୍କର । ବିଜେପି ପୌରାଧକ୍ଷ। ମହିଳା ଆଉ ବିଜେପିର ହେ।ଇଥିବାରୁ ବିଜେଡି ପାୟଲ ବେହେର।ଙ୍କୁ ଉପାଧକ୍ଷ ଆସନରେ ବସାଇ ଭୋଟରଙ୍କ ପ୍ରିୟ ଭାଜନ ହୋଇପାରିବ ବୋଲି ଚିନ୍ତା କରୁଛି । ଏପଟେ ୮ନମ୍ଵର ୱ ୲ର୍ଡର ଯୁବ କାଉନସିଲର ରାଜେନ୍ଦ୍ର ପାଢୀ ମଧ୍ୟ ଉପ।ଧ୍ୟକ୍ଷ ଦୌଡ଼ରେ ଅଛନ୍ତି । ତେବେ କାଉନସିଲର ମାନେ ତାଙ୍କୁ ସମର୍ଥନ କରିବାକୁ ନାରାଜ ଥିବା ଜଣ ପଡିଛି। ସେହିପରି ବିଜେପି ତାର ୪ କାଉନସିଲରଙ୍କୁ ଧରି ରଣନୀତି ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି। ଦୁଇଜଣ ଅସନ୍ତୁଷ୍ଟ ବିଜେଡ଼ି କାଉନସିଲର ଜିତିଛନ୍ତି ସେମାନେ ପାୟଲ ବେହେରା ଙ୍କୁ ସମର୍ଥନ ଦେଇପରାନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେଡି କାହାକୁ ଉପାଧକ୍ଷ କରିବ ତାହା ୭ ତାରିଖ ଦିନ ଜଣା ପଡିବ।

Leave A Reply

Your email address will not be published.