ଶ୍ରୀଲଙ୍କାରେ ଭୟଙ୍କର ପରିସ୍ଥିତି : ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ନୂଆଦିଲ୍ଲୀ, ୦୪/୦୪:  ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଭିତରେ ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେଇଛି ପୂରା ମନ୍ତ୍ରିମଣ୍ଡଳ। ସବୁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମହିନ୍ଦା ରଜପାକ୍ଷେଙ୍କୁ ନିଜ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୁଅ ନମଲ ରାଜପାକ୍ଷେ ମଧ୍ୟ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏଭଳି ସ୍ଥିତିରେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଗଠନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସରକାରରେ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ସାମିଲ କରାଯିବ । ଶେଷଟେ ଶ୍ରୀଲଙ୍କାରେ ଲାଗିଥିବା ୩୬ ଘଣ୍ଟିଆ କର୍ଫ୍ୟୁ ସକାଳ ୬ଟା ରେ ଶେଷ ହୋଇଛି । ସୋସିଆଲ ମିଡିଆକୁ ସଂପୂର୍ଣ୍ଣ ବ୍ୟାନ୍ କରାଯାଇଛି। ଶ୍ରୀଲଙ୍କବାସୀ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ସୋସିଆଲ ମିଡିଆ ଦ୍ବାରା ବିଭିନ୍ନ ପ୍ରକାରର ମିଥ୍ୟା ସୂଚନାର ପ୍ରସାର ହେବାର ଆଶଙ୍କା କରି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଫେସବୁକ୍, ଟ୍ବିଟର, ଇନଷ୍ଟାଗ୍ରାମ ଏବଂ ଟିକ୍ଟକ୍କୁ ବ୍ୟାନ କରି ଦିଆଯାଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ । ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଏବେ ପୂରା ଦୟନୀୟ । ଦେଶରେ ଖାଇବାକୁ ଖାଦ୍ୟ ନାହିଁ। ପିଇବାକୁ ପାଣି ନାହିଁ। ପେଟ୍ରୋଲ ଡିଜେଲ ପାଇଁ ଲମ୍ବା ଲାଇନ ଲାଗୁଛି। ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀ କଲମ୍ବୋରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଏବେ ସେନା ଛାଉଣି ପାଲଟିଯାଇଛି। ସେପଟେ ଶ୍ରୀଲଙ୍କାଙ୍କୁ ଭାରତ ସରକାର ୪୦ ହଜାର ଟନ୍ ଚାଉଳ, ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ୍ ପଠାଇଛନ୍ତି ।

Leave A Reply

Your email address will not be published.