ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୦୫।୦୪ : ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ । କୋରାପୁଟ ଜିଲ୍ଲା ସାନକିଚବ ଗାଁରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସର ଏକ ଟିମ୍ କନାଗାଁ ଛକ ନିକଟରେ ନାକାବନ୍ଦୀ କରି ଜଗି ରହିଥିଲା । ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକକୁ ପୋଲିସ ଅଟକାଇଥିଲା । ଟ୍ରକ୍ ଅଟକାଇ ଯାଞ୍ଚ କରିବା ବେଳେ ଡାଲାରୁ ୧୮ ବସ୍ତା ଗଞ୍ଜେଇ ବାହାରିଥିଲା। ଏହି ୧୮ଟି ବସ୍ତାରେ ପ୍ରାୟ ୫ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫୪ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ତେବେ ଟ୍ରକ ମାଲିକ ନିଜେ ଡ୍ରାଇଭିଂ କରୁଥିଲେ । ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଏହି ଗଞ୍ଜେଇ ସାନକିଚବ ଗାଁରୁ ୟୁପି ଚାଲାଣ କରୁଥିବା ସେ ସ୍ବୀକାର କରିଛନ୍ତି। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣା ପଡ଼ିଛି । ଏହି ଗଞ୍ଜେଇ କାରବାରରେ କିଛି ସ୍ଥାନୀୟ ଯୁବକଙ୍କ ସମ୍ପୁକ୍ତି ଥିବା ସନ୍ଦେହ କରାଯାଉଥିବା ନନ୍ଦପୁର SDPO କହିଛନ୍ତି ।

Leave A Reply

Your email address will not be published.