ବୁଚା ନରସଂହାର : ନିନ୍ଦା କଲା ଭାରତ

ନୂଆଦିଲ୍ଲୀ ୦୬/୦୪: ବୁଚା ନରସଂହାରକୁ ନିନ୍ଦା କଲା ଭାରତ । ଦାବି କଲା ନିରପେକ୍ଷ ତଦନ୍ତ । ସେପଟେ ଜାତିସଙ୍ଘରେ ବି ଉଠିଲାଣି ବିରୋଧ । ନରଂସାହର ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କଲେଣି ସବୁ ଦେଶ ।  ୪୨ ଦିନରେ ପହଞ୍ଚିଛି ରୁଷ ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଜାରି ରହିଛି ଆକ୍ରମଣ । ଆଉ ଏତିକି ବେଳେ ମଙ୍ଗଳବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଜାତିସଂଘ ସୁରକ୍ଷା ପରିଷଦକୁ ଉଦ୍ ବୋଧନ ଦେଇ ରୁଷ୍ ବର୍ବରତାକୁ କଡ଼ା ନିନ୍ଦା କରିଥିଲେ । ସେ କହିଥିଲେ ଯେ, ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ରୁଷ୍ ସେନାର ବର୍ବରତାରେ ବିଶ୍ବ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା କରିଥିବା ଅଧିକ ବର୍ବରତାର ପ୍ରମାଣ ସାମ୍ନାକୁ ଆସିବ। ରୁଷ୍ ର ଏଭଳି ବର୍ବରତା ପାଇଁ ତୁରନ୍ତ ଏହାକୁ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର କରିବା ପାଇଁ ଜେଲେନସ୍କି ଦାବି କରିଥିଲେ। ରୁଷ୍ ର ବର୍ବରତା ବିରୋଧରେ ବିଶ୍ବବାସୀ ଏକଜୁଟ୍ ହେବାକୁ ଆହ୍ବାନ ଦେଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ବିଶ୍ବର ସବୁଠାରୁ ବଡ଼ ଯୁଦ୍ଧ ବିଭୀଷିକା ବୋଲି ସେ କହିଥିଲେ। ଏମିତି କୌଣସି ଅପରାଧ ନାହିଁ ଯାହା ସେଠାରେ ରୁଷ ସେନା ନକରିଛି। ଏମିତିକି କିଛି ଛୋଟ ଶିଶୁ ଓ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେମାନଙ୍କ ମୃତଦେହକୁ ପୋଡ଼ି ଦିଆଯାଇଛି। ଜାତିସଂଘର ସୁରକ୍ଷା ପରିଷଦରୁ ରୁଷକୁ ବହିଷ୍କାର କରିବା ସହ ଏହାର ପୁନର୍ଗଠନ ପାଇଁ ସେ ଆହ୍ବାନ ଦେଇଥିଲେ।ତେବେ ବୁଚାରେ ହୋଇଥିବା ଘଟଣାକୁ ଭାରତ ମୁକ୍ତ କଣ୍ଠରେ ନିନ୍ଦା କରିଛି। ଜାତିସଂଘରେ ଭାରତର ପ୍ରତିନିଧି ଏହାକୁ ହୃଦୟ ବିଦାରକ କହିବା ସହିତ ଏହାର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି।.

Leave A Reply

Your email address will not be published.