ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ

ଭଞ୍ଜନଗର ୦୬/୦୪: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭଞ୍ଜନଗର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଭଞ୍ଜନଗରସ୍ଥିତ ଅଫିସ, ଭଞ୍ଜନଗରସ୍ଥିତ ସରକାରୀ କ୍ୱାର୍ଟର, ଗଞ୍ଜାମ ଖଲ୍ଲିକୋଟ ଲଙ୍ଗଳେଶ୍ବରରେ ଥିବା ପୈତୃକ ଘର, ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଫ୍ଲାଟ୍ ଭୁବନେଶ୍ବର କସ୍ମୋପଲିସ ରେସିଡେନ୍ସିରେ ଥିବା ଫ୍ଲାଟ, ଖଣ୍ଡଗିରି ଜାଗମରାରେ ଥିବା ୩ ମହଲା ବିଲ୍ଡିଂରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ରେଡ୍ କରାଯାଇଛି । ଚଢାଉରେ ୫ ଜଣ ଡିଏସ୍ପି, ୧୧ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave A Reply

Your email address will not be published.