ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡ ଦେଲେ ବିବାହ ପ୍ରସ୍ତାବ

ନୂଆଦିଲ୍ଳୀ ୦୫।୦୫ : ଆଇପିଏଲ ମ୍ୟାଚ୍‌ରେ ଅନେକ ଆଶ୍ଚର୍ଯ୍ୟଜନକ ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ଖେଳାଳିଙ୍କ ସହ ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକମାନେ ମଧ୍ୟ ଏହିପରି କିଛି କରନ୍ତି , ଯେଉଁଥିପାଇଁ ସେମାନେ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି । ବର୍ତ୍ତମାନ ଏଭଳି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ଅର୍ଥାତ୍‌ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଲାଇଭ୍‌ ମ୍ୟାଚ୍‌ରେ ଜଣେ ଯୁବତୀ ତା ପ୍ରେମିକଙ୍କୁ ନିଜର ବିବାହ ପ୍ରସ୍ତାବ ଦେଉଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.