କନ୍ଧମାଳ ଜିଲାର ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁଙ୍କ କରକମଳରେ ‘ ଶେଷ ପୃଷ୍ଠା ’ ପୁସ୍ତକ ଉନ୍ମୋଚନ

କନ୍ଧମାଳ : କନ୍ଧମାଳ ଜିଲାର ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁଙ୍କ କରକମଳରେ ନିଜ କାର୍ଯ୍ୟାଳୟ ଠାରେ ‘ ଶେଷ ପୃଷ୍ଠା ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ରାଧା ମୋହନଙ୍କ ଦ୍ୱାରା ରଚିତ ପୁସ୍ତକ ‘ ଶେଷ ପୃଷ୍ଠା ’ ରେ ସମାଜର ଚାଲି ଚଳନ ଆଚରଣ ବ୍ୟବହାର ପ୍ରେମ ପ୍ରତାରଣା ଓ ମଣିଷର ବଂଚିବାର ଶୈଳୀକୁ ନେଇ ଅତି ଜୀବନ୍ତ ଭାବରେ ଏଥିରେ ଉପସ୍ଥାପନ କରିଛନ୍ତି । ପୁସ୍ତକର ସାରାଂଶ ହେଉଛି ..ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଆଶାବ୍ୟକ୍ତ କରିଛନ୍ତି ଏବଂ ପୁସ୍ତକର ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.