ଏମାର ମଠରୁ ୩କିଲୋର ସୁନା ତୋରଣ ଗାଏବ 

ପୁରୀ : ପୁରୀ ଏମାର ମଠରୁ ୩ କିଲୋର ସୁନା ତୋରଣ ଗାଏବ ହୋଇଥିବା ସୂଚନା ମିଳିଛି । ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ସୁନା ତୋରଣ ଗାଏବ ହୋଇଥିବା କୁହାଯାଉଛି । ଏହାର ଉଚ୍ଚତା ସାଢେ ୩ ଫୁଟ ଏବଂ ଏହାର ଓଜନ ୩ କିଲୋରୁ ଅଧିକ ହେବ । ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀ ଶୋଭାଯାତ୍ରା ପୂର୍ବରୁ ମଙ୍ଗଳଗିରି ସୁନା ତୋରଣ ଖୋଜିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ତୋରଣ କେଉଁଠି ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖିଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ପାଖରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଗାଏବ ସୁନା ତୋରଣର ମୂଲ୍ୟ କୋଟି କୋଟି ଟଙ୍କା ହେବ । ଶେଷ ଥର ପାଇଁ ୨୦୧୨ ରାମାନୁଜ ଜୟନ୍ତୀରେ ତାହାକୁ ଦେଖିବାକୁ ମିଳିଥିଲା । ୨୦୧୧ରେ ମଠରୁ ୫୨୨ ଖଣ୍ଡ ରୂପାଇଟା ଉଦ୍ଧାର ପରେ ୨୦୧୨ରେ ଶେଷ ଥର ପାଇଁ ରାମାନୁଜଙ୍କ ମୂର୍ତି ଶ୍ରୀମନ୍ଦିର ପରିକ୍ରମା କରିଥିଲା । ଏସଂପର୍କରେ ବର୍ତମାନ ଟ୍ରଷ୍ଟର ଅଧ୍ୟକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି ତାଙ୍କୁ ଏହା ହସ୍ତାନ୍ତର କରାଯାଇନାହିଁ । ତାହା ସୁନା ନୁହଁ ପିତ୍ତଳ ବୋଲି ସେ କହିଛନ୍ତି । ତେବେ ତୋରଣ ସୁନାରେ ତିଆରି ନା ପିତ୍ତଳରେ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.