ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବ

ଖୋର୍ଦ୍ଧା : ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ବର୍ଷା । ଏହାର ପ୍ରଭାବରେ ୬ ଜିଲ୍ଲାରେ ବର୍ଷା ଲାଗି ରହିଛି । ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ୨୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଏସବୁ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ତାତି କମିଛି । ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି । ଗତକାଲି ସଂଧ୍ୟାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅପରାହ୍ଣ ୫ଟା ବେଳକୁ ହଠାତ୍ ଆକାଶରେ ମେଘ ଘୋଟି ଆସିଥିଲା । ଏହା ପରେ ଥଣ୍ଡା ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା । ସେପଟେ, ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଯଦି ବି ବାତ୍ୟା ଆସେ, ତାହାଲେ ଏହା ଏକ ଗ୍ରୀଷ୍ମକାଳିନ ବାତ୍ୟା ହେବ, ଯେଉଁଥିରେ ବନ୍ୟା ହେବାର ସମ୍ଭାବନା ବହୁତ କମ୍ । ତେଣୁ ଲୋକମାନେ ଅତ୍ୟାବଶକୀୟ ସାମଗ୍ରୀ କିଣି ଘରେ ଠୁଳ କରନ୍ତୁ ନାହିଁ । ଆଜି ବାତ୍ୟାକୁ ନେଇ ସବିଶେଷ ତଥ୍ୟ ଆସିପାରେ । ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏ ସଂକ୍ରାନ୍ତରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି ଏସଆରସି । ଜିଲ୍ଲାପାଳଙ୍କୁ ବାତ୍ୟା ମୁକାବିଲା ପାଇଁ ତଥ୍ୟ ମାଗିଛନ୍ତି । ଆଜିି ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ଏହାକୁ ଅନୁଧ୍ୟାନ କରାଯିବ । ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ଓର୍ଡାଫଙ୍କ ସହ ଏସଆରସି ରିଭ୍ୟୁ ମିଟିଂ କରିଛନ୍ତି ।

Leave A Reply

Your email address will not be published.