ମୁମ୍ୱାଇ ୧୦/୦୮: ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, ସେ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କ ଭାଇ ଓ ରାଜୁଙ୍କ ପିଆରଓ ଏନେଇ ସ୍ପଷ୍ଟ କରିଛନ୍ତି । ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପିଆରଓଙ୍କ କହିବା ମୁତାବକ ସେ ତାଙ୍କ ସହଯୋଗୀଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ । ଏଥିପାଇଁ ସେ ହୋଟେଲରେ ରହୁଥିଲେ । ଠିକ୍ ସେତିକିବେଳେ ତାଙ୍କୁ ହୃଦଘାତ ହୋଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ପିଆରଓ କମେଡିଆନଙ୍କ ସମସ୍ତଙ୍କ ଫ୍ୟାନ୍ସଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ।