ବ୍ରେଷ୍ଟ ଫିଡିଙ୍ଗ୍‌ କରି ଜୀବନ ବଞ୍ଚାଇଲେ ପୋଲିସ୍‌ କର୍ମଚାରୀ

ମୁମ୍ଵାଇ ୦୩।୧୧: କେରଳର ଜଣେ ମହିଳା ପୋଲିସ ଅଧିକାରୀ ମାନବିକତାର ଏକ ବଡ଼ ଉଦାହରଣ ଦେଇଛନ୍ତି।ତାଙ୍କୁ ଯିଏ ଦେଖୁଛି ସେ ପ୍ରଶଂସା କରୁଛି। ପିତାମାତାଙ୍କ ମଧ୍ୟରେ ପାରସ୍ପରିକ ଝଗଡା ହେତୁ ଅସୁବିଧାରେ ପଡ଼ିଥିଲା ୧୨ ଦିନର ନବଜାତ ଶିଶୁ। ସେହି ପିଲାଟିକୁ ସ୍ତନ୍ୟପାନ କରାଇ ଜୀବନ ବଞ୍ଚାଇଛନ୍ତି ପୋଲିସ କର୍ମଚାରୀ । ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ରାଜ୍ୟର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଏବଂ କେରଳ ହାଇକୋର୍ଟର ବିଚାରପତି ଏହି ପୋଲିସ୍‌ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ରାଜ୍ୟ ପୋଲିସର ମିଡିଆ ୱିଙ୍ଗ ଦ୍ଵାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ କେରଳ ହାଇକୋର୍ଟର ବିଚାରପତି ଦେବନ ରାମଚନ୍ଦ୍ରନ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ନାଗରିକ ପୋଲିସ ଅଧିକାରୀ ଏମ ରାମିଆଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଦେବା ପାଇଁ ଏକ ପ୍ରମାଣପତ୍ର ମଧ୍ୟ ପଠାଇଛନ୍ତି। ପ୍ରମାଣପତ୍ରରେ ଜଷ୍ଟିସ ରାମଚନ୍ଦ୍ରନ କହିଛନ୍ତି, ତୁମେ ଆଜି ପୋଲିସର ସବୁଠାରୁ ସୁନ୍ଦର ରୂପ। ତୁମେ ଜଣେ ମହାନ ଅଧିକାରୀ ସହ ଜଣେ ପ୍ରକୃତ ମାଆ। ଆପଣ ଆମ ସମସ୍ତଙ୍କ ଭବିଷ୍ୟତ ପାଇଁ ମାନବିକତାର ଭରସାକୁ ବଞ୍ଚାଇ ରଖିଛ। ”ପୋଲିସ୍ ମୁଖ୍ୟ ଅନୀଲ ମଧ୍ୟ ରାମିଆଙ୍କୁ ଏକ ସୂଚନା ପ୍ରଦାନ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ପୋଲିସ ମୁଖ୍ୟାଳୟକୁ ଆମନ୍ତ୍ରଣ କରିଥିଲେ। ଏହା ସହ ସେ କହିଥିଲେ କି ପୋଲିସ ଅଧିକାରୀ ରାମିଆଙ୍କ ଏହି କାର୍ଯ୍ୟ ପୋଲିସର ଭାବମୂର୍ତ୍ତିକୁ ଉନ୍ନତ କରିଛି।

Leave A Reply

Your email address will not be published.