ବୋରୋପ୍ଲସ୍ କ୍ରିମ୍‌ର ନୂଆ ବ୍ରାଣ୍ଡ ଆମ୍ଵାସାଡାର ହେଲେ ଅକ୍ଷୟ କୁମାର

ମୁମ୍ଵାଇ ୦୩।୧୧: ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନି ଇମାମି ଲିମିଟେଡ। ବୋରୋପ୍ଲସ୍ ଇମାମିଙ୍କର ଅନେକ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ବୋରୋପ୍ଲସ ଆୟୁର୍ବେଦିକ ଆଣ୍ଟିସେପ୍ଟିକ କ୍ରିମ୍‌ ଲାଗି ଅକ୍ଷୟ  କୁମାରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ  ନିଯୁକ୍ତ କରାଯାଇଛି। ବ୍ରାଣ୍ଡକୁ ଅଧିକ ଲୋକଙ୍କ  ନିକଟରେ ପହଞ୍ଚାଇବା ପାଇଁ କମ୍ପାନି  ଏ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛି । ବୋରୋପ୍ଲସରେ ଆଣ୍ଟିସେପ୍ଟିକ ଏବଂ  ମଏଶ୍ଚରାଇଜର ଗୁଣ ରହିଛି । ଏହା  ଓଠ କ୍ରିମ, ଫୁଟ କ୍ରିମ, ୨୪ ଘଣ୍ଟିଆ  ମଏଶ୍ଚରାଇଜର, ନାଇଟ କ୍ରିମ, ୱିଣ୍ଟରକ୍ରିମ  ଭାବେ କାମ କରୁଛି । ତେଣୁ ଅକ୍ଷୟଙ୍କ ଭଳି  ସୁପରଷ୍ଟାରଙ୍କୁ ବ୍ରାଣ୍ଡ ଆମ୍ବାସାଡର  ଭାବେ ଯୋଡ଼ି ଅତ୍ୟନ୍ତ ଖୁସି । ଏହି ବ୍ରାଣ୍ଡ ପାଇଁ ଅକ୍ଷୟ ପୁରାପୁରି ଫିଟ୍‌ ବୋଲି ଇମାମି  ଲିମିଟେଡର ନିର୍ଦ୍ଦେଶକ ପ୍ରୀତି ଏ. ସୁରେକା  କହିଛନ୍ତି। ଇମାମି ଏବଂ ଏହାର ଆଇକନିକ୍ ବ୍ରାଣ୍ଡ୍ ହେଉଛି  ବୋରୋପ୍ଲସ୍ । ଏହି କ୍ରିମ୍‌ ପ୍ରତି ଗ୍ରାହକଙ୍କର  ଏକ ଦୃଢ଼ ବିଶ୍ଵାସ ରହିଆସିଛି । ବୋରୋପ୍ଲସ୍ ପରି ଏକ ବିଶ୍ଵସ୍ତ ବ୍ରାଣ୍ଡ ସହିତ ଜଡିତ ହୋଇଥିବାରୁ  ମୁଁ ନିଜକୁ ବହୁତ ଖୁସି ମନେ କରୁଛି।

Leave A Reply

Your email address will not be published.