ଲଗାତାର ଟ୍ରୋଲିଂ ଓ ଘୃଣାର ଶିକାର ହେଉଛନ୍ତି ରଶ୍ମିକା

ମୁମ୍ଵାଇ ୧୦।୧୧: ପୁଷ୍ପା ନାୟିକା ରଶ୍ମିକା ମନ୍ଦାନା । ତାଙ୍କ କ୍ୟୁଟ୍‌ନେସ୍‌ ଓ ସୁନ୍ଦରତା ପାଇଁ ସେ ବେଶ୍‌ ଲୋପ୍ରିୟ। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ସେ ନିଜେ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଲଗାତାର ଟ୍ରୋଲିଂ  ଓ ନକାରାତ୍ମକତାରେ ସେ ବ୍ୟସ୍ତ ହୋଇପଡ଼ିଲେଣି । ସେଥିପାଇଁ  ସୋସିଆଲ ମିଡିଆରେ ନିଜ ମନ କଥା ଖୋଲି କହିଛନ୍ତି । ଯେବେଠୁ  ସେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି, ନେଗେଟିଭ୍‌ ଲୋକଙ୍କ ପାଇଁ ପଂଚିଙ୍ଗ  ବ୍ୟାଗ୍‌ ପାଲଟିଛନ୍ତି । ଯିଏ ଯାହା ଇଚ୍ଛା ତାଙ୍କୁ କହିଯାଉଛି । ଏହା ଦ୍ୱାରା  ତାଙ୍କ ହୃଦୟ ଭାଙ୍ଗିଯାଉଛି ବୋଲି ସେ କହିଛନ୍ତି ।  ଏନେଇ ସେ ଆହୁରି କହିଛନ୍ତି କି ‘ଯେଉଁ ଜୀବନ ମୁଁ ଚୟନ କରିଛି, ତା’ର ଏକ  ମୂଲ୍ୟ ଅଛି। ଅଚାନକ ସବୁ ଲୋକ ମୋତେ ଭଲପାଇ  ପାରିବେ ନାହିଁ । ତାହା ମୁଁ ଜାଣେ । କିନ୍ତୁ ଏହାର ଅର୍ଥ  ନୁହେଁ ଯେ ମୋତେ ଗ୍ରହଣ କରିପାରୁ ନଥିବା ବ୍ୟକ୍ତି  ମୋ ଉପରକୁ ନକାରାତ୍ମକତା ଓ ଘୃଣା ଫକାଇବେ।  ଲୋକଙ୍କୁ ଖୁସି କରିବାକୁ କେମିତି ଦିନରାତି କାମ କରୁଛି, ତାହା କେବଳ ମୁଁ ହିଁ ଜାଣିଛି । ମୁଁ ଯାହା  କରୁଛି, ସେଥିରୁ ଆପଣ ଖୁସି ଅନୁଭବ କରିବା  ଉଚିତ୍‌ । ମୋ ପାଇଁ ଏହା ହିଁ ବଡ଼ କଥା ।

Leave A Reply

Your email address will not be published.