ଯୁବକଙ୍କୁ ଦଳିଦେଲା ହାତୀ

ସୋରୋ ୧୦/୧୧: ଯୁବକଙ୍କୁ ଦଳିଦେଲା ହାତୀ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳ ଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ମାରିଦେଲା ହାତୀ । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫ ବର୍ଷୀୟ ବ୍ୟକ୍ତି ଟାପୁ ବାନରା କସପାହାଟକୁ ସଉଦା କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଶୂଳଭଉଣୀ ବନ୍ଧ ଉପରେ ହାତୀ ଦଳି ଚକଟି ମାରି ଦେଇଥିବାର ସୂଚନା ମିଳୁଛି । ମୃତଦେହ ପଡିଥିବା ସ୍ଥାନରେ ହାତୀର ପାଦ ଚିହ୍ନ ଥିବା ସହିତ ନିକଟସ୍ଥ ଗ୍ରାମବାସୀ ମାନେ ସନ୍ଧ୍ୟାରେ ହାତୀ ଜୋର୍ ଚିକ୍ତାର କରୁଥିବାର କହିଛନ୍ତି । ଦୀର୍ଘସମୟର ଧରି ଘଟଣା ସ୍ଥଳରେ ମୃତଦେହ ପଡି ରହିଥିଲେ ହେ ବନ ବିଭାଗ ପହଁଚି ନଥିବା କୁହାଯାଇଛି ।

Leave A Reply

Your email address will not be published.