ମହଙ୍ଗା ପଡ଼ିଲା ନ୍ୟାୟଧିଶଙ୍କୁ ଟିପ୍ପଣୀ, ଆଇନଜୀବୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଆଡଭୋକେଟ୍-ଅନ୍-ରିକାର୍ଡ ନୋଟିସ୍

ନୂଆଦିଲ୍ଲୀ: ଜର୍ଜଙ୍କ ବିରୋଧରେ ଟିପ୍ପଣୀ କରିବା ମହଙ୍ଗା ପଡ଼ିଲା । ଆଇନଜୀବୀଙ୍କ ବିରୋଧରେ ନୋଟିସ୍ ଜାରି କଲେ ସର୍ବୋଚ୍ଚ ଅଦାଲତ । ଆଦେବନକାରୀ ଓକିଲ ଯଦି ନ୍ୟାୟମୂର୍ତ୍ତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦିଅନ୍ତି, ତେବେ ଏହାକୁ ଅଦାଲତ ଅବମାନନା ବୋଲି ଧରାଯିବ ଏବଂ ଓକିଲଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶନିବାର ଜଷ୍ଟିସ୍ ବି.ଆର୍ ଗଓ୍ବାଈ ଓ ଜଷ୍ଟିସ୍ ବି.ଭି ନାଗରଥାନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀ ମୋହନ ଚନ୍ଦ୍ର ପି. ଓ ବିପିନ କୁମାର ଜୟଙ୍କ ବିରୋଧରେ ଆଡ୍‌ଭୋକେଟ୍-ଅନ୍-ରିକାର୍ଡ ନୋଟିସ୍ ଜାରି କରିଛନ୍ତି । ୨ଜଣଙ୍କ ବିରୋଧରେ ଅଦାଲତ ଅବମାନନା ନେଇ କର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଡିସେମ୍ବର ୨ତାରିଖରେ ଅଦାଲତରେ ହାଜର ହେବାକୁ କହିଛନ୍ତି । ୨୦୧୮ ଅଗଷ୍ଟ ୮ ତାରିଖରେ କର୍ଣ୍ଣାଟକ ସୂଚନା ଆୟୋଗ ଏକ ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ ଆଇନଜୀବୀ ମୋହନ ଚନ୍ଦ୍ରା, ମୁଖ୍ୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗ ପଦ ପାଇଁ ଆବେଦନ କରିଥିଲେ । ଚୟନ ସମିତି ସିଆଇସି ଏବଂ ଆଇସି ପାଇଁ ତିନି ଜଣଙ୍କ ନାଁକୁ ସୁପାରିସ୍ କରିଥିଲେ । ହେଲେ ଏହି ତାଲିକାରେ ମୋହନ ଚନ୍ଦ୍ରାଙ୍କ ନାଁ ନଥିବାରୁ ସେ ଚୟନ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇଥିଲେ । ଏହା ସହିତ କର୍ଣ୍ଣାଟକ ଉଚ୍ଚ ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଏହାକୁ ହାଇକୋର୍ଟଙ୍କ ସିଙ୍ଗିଲ୍ ବେଞ୍ଚ୍ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ଚନ୍ଦ୍ରା । ଏହାର ଶୁଣାଣି କରି କୋର୍ଟ ୫ଲକ୍ଷ ଟଙ୍କା ଜୋରିମନା କରିବା ସହିତ ମାମଲାକୁ ଖାରଜ କରିଛନ୍ତି । ଏହା ସହିତ ନ୍ୟାୟଧିଙ୍କ ବିରୋଧରେ ଟିପ୍ପଣୀ କରିବା ନେଇ ଆଡ୍‌ଭୋକେଟ୍-ଅନ୍-ରିକାର୍ଡ ନୋଟିସ୍ ମଧ୍ୟ ଜାରି କରିଛନ୍ତି । 

Leave A Reply

Your email address will not be published.