ମାତିଲେ ହାତୀ; ଭାଙ୍ଗିଲେ ଘର ଉଜାଡ଼ିଲେ ଧାନ ଫସଲ, ଭୟଭୀତ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ୨୪ଟି ହାତୀ ଏକ ଦଳରେ ଆସି ଉତ୍‌ପାତ ଜାରି ରଖିଛନ୍ତି। ଘର ଭାଙ୍ଗିବା ସହ ଏକର ଏକର ଧାନ ପସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପଦ୍ରବରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୨୪ ହାତୀଙ୍କ ଦଳ ମଲ୍ଲିପଶି ବିଟ୍ ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ଏହାପରେ ଗାଁ ମୁହାଁ ହୋଇ ଲୋକଙ୍କ ଘର ଭାଙ୍ଗିଥିଲେ। କାଶିଆ ଗାଁ ମୁଣ୍ଡା ସାହିରେ ଗୋଟିଏ ଏବଂ ରତନପୁର ଗାଁରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି ହାତୀ। ସୂଚନା ଅନୁସାରେ ଏବେ ହାତୀପଲ ନୂଆପଡ଼ା ଗାଁ ନିକଟରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବା ଦେଖଇ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଖୁବ ଶୀଘ୍ର ଏ ଅଞ୍ଚଳ ରୁ ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.