ଶୀତରେ ଥରିଲା କରଞ୍ଜିଆ, ମଜା ନେଉଛନ୍ତି ଶିମିଳିପାଳ ବୁଲିଆସିଥିବା ପର୍ଯ୍ୟଟକ

କରଞ୍ଜିଆ ୧୩।୧୧: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଶୀତ ଅନୁଭୂତ ହେଉଥିବା ବେଳେ ଲୋକେ ଶୀତ ବସ୍ତ୍ର ପିନ୍ଧି ନିଆଁ ପୁଉଁଥିବା ଦେଖିବାକୁ ମିଳିଛି। ଏହି ଶୀତ ଲହରୀର ମଜା ନେଉଛନ୍ତି ଶିମିଳିପାଳ ବୁଲିବାକୁ ଆସିଥିବା ପର୍ଯ୍ୟଟକ। ଗତକାଲି ଶିମିଳିପାଳ ଉପର ବାରହା କାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ନଅଣା ଓ ଉପର ବାରହା କାମୁଡା ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କରଞ୍ଜିଆ ଉପଖଣ୍ଡରେ ଶୁକୃଳି, ରରୁଆଁ ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ପଡିଥିବା ଦେଖିବାକୁ ମିଳିଛି। ପ୍ରବଳ କୁହୁଡି ପଡି ଥିବା ଯୋଗୁଁ ରାସ୍ତା ଯିବା ଆସିବା କଷ୍ଟ କର ହୋଇପଡିଛି ।

Leave A Reply

Your email address will not be published.