ନୂଆ ଟ୍ବିଟର ପଲିସିର ଘୋଷଣା କଲେ ଏଲନ ମସ୍କ

ନୂଆଦିଲ୍ଳୀ, ୧୯/୧୧: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି। ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ସେ ଟ୍ବିଟର ପଲିସିର ଘୋଷଣା କରିଛନ୍ତି। ଶୁକ୍ରବାର ସେ ଏନେଇ ଘୋଷଣା କରିଛନ୍ତି। ମସ୍କ ଏନେଇ ଟ୍ବିଟ୍ କରି ସୂଚନା ଦେବା ସହ କହିଛନ୍ତି ଯେ, ଏଣିକି ଟ୍ବିଟରରେ ଏବେ ନେଗେଟିଭ୍ ଟ୍ବିଟକୁ ପ୍ରଶୟ ଦିଆଯିବନାହିଁ ତଥା ଏହାର ପ୍ରଚାର କରାଯିବ ନାହିଁ। ଏଥିରେ କୌଣସି ବିଜ୍ଞାପନ କିମ୍ବା ଅନ୍ୟ ଆୟ ହେବ ନାହିଁ। ସେ ଆହୁରି କହିଛନ୍ତି ଯେ ନେଗେଟିଭ୍ ଟ୍ବିଟରେ ଆପଣଙ୍କୁ ସେ ପର୍ଯ୍ୟନ୍ତ ଦେଖାଯିବ ନାହିଁ। ଯେଉଁ ପର୍ଯ୍ୟନ୍ତ ଆପଣ ତାହାକୁ ବିଶେଷ ଭାବରେ ଖୋଜି ନାହାନ୍ତି। ସେ କହିଛନ୍ତି କ୍ୟାଥି ଗ୍ରିଫିନ୍, ଜର୍ଡନ ପିଟରସନ ଏବଂ ବେବୀଲୋନ୍ ବି ଙ୍କ ଆକାଉଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିବା ନେଇ ସେ କହିଛନ୍ତି। ଏହା ସହ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି। ଏହା ପୂର୍ବରୁ ଏଲନ ମସ୍କ କହିଥିଲେ ଯେ ସୋସିଆଲ ମିଡିଆ କମ୍ପାନୀ ଭବିଷ୍ୟତକୁ ନେଇ ଚିନ୍ତିତ ନୁହେଁ କାରଣ ସର୍ବଶ୍ରେଷ୍ଠ ଲୋକମାନେ କମ୍ପାନୀ ସହ ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମସ୍କ କର୍ମଚାରୀଙ୍କୁ ଗୁରୁବାର ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ କର୍ମଚାରୀଙ୍କୁ ଟ୍ବିଟର ଛାଡ଼ିବାକୁ ଚାହୁଛନ୍ତି କିମ୍ବା ରହିବା ପାଇଁ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଯାହାପରେ ଅନେକ କର୍ମଚାରୀ କମ୍ପାନୀ ଛାଡ଼ିଥିଲେ ଏବଂ ତିନି ମାସର କ୍ଷତିପୂରଣ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.