ମୋରବୀ ବ୍ରିଜ୍ ଟ୍ରାଜେଡି; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି, ଯାଞ୍ଚ କମିଟି ଗଠନ ପାଇଁ ହୋଇଥିଲା ଆବେଦନ

ରାଜକୋଟ୍: ସୁପ୍ରିମକୋର୍ଟରେ ଆଜି ମୋରବୀ ବ୍ରିଜ୍ ଟ୍ରାଜେଡିର ଶୁଣାଣି । ଗୁଜରାଟ ମୋରବୀ ପୋଲ ଭୁଶୁଡ଼ିବା ଘଟଣାରେ ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର ହୋଇଥିଲା । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଦୁଇ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିବେ । ଅକ୍ଟୋବର ୩୦ରେ ମଚ୍ଛୁ ନଦୀ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଝୁଲା ପୋଲ ଭୁଶୁଡ଼ିବା ଫଳରେ ୧୩୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀଙ୍କ ବିଫଳତା ଯୋଗୁ ବ୍ରିଜ୍ ଭୁଶୁଡିଲା ବୋଲି ଉଲ୍ଲେଖ ରହିଛି । ତେବେ ଦାୟର ଯାଚିକାର ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ଼ା ଓ ଜଷ୍ଟିସ୍ ହିମା କୋହଲୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବ୍ରିଟିଶ୍ ଅମଳର ଝୁଲା ପୋଲ ଦୀର୍ଘ ଦିନ ହେଲା ମରାମତି ହୋଇନଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।  

Leave A Reply

Your email address will not be published.