ଲାଙ୍ଗିର ବଙ୍ଗୋମୁଣ୍ଡାରେ ୨୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି ୨୩।୧୧ : ବଲାଙ୍ଗିର ବଙ୍ଗୋମୁଣ୍ଡାରେ ୨୫ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଦାଦନ ଶ୍ରମିକ ମାନେ ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବାସିନ୍ଦା। ସମସ୍ତଙ୍କ କାଗଜ ପତ୍ର ଯାଞ୍ଚ ପରେ ଘରକୁ ଛାଡିବ ପୋଲିସ । ଖବର ଅନୁଯାୟୀ,  ବେଆଇନ ଭାବେ ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବୁଧବାର ରାତିରେ ବଙ୍ଗୋମୁଣ୍ଡା ପୋଲିସ ସ୍ଥାନୀୟ ଗୋଳେଇ ଛକରୁ ସେମାନଙ୍କୁ ଉଦ୍ଧାର କରିଛି। ୩ଟି ଗାଡ଼ି ସହିତ ଦାଦନ ସର୍ଦ୍ଦାରକୁ ପୋଲିସ ଥାନାରେ ଅଟକ ରଖିଛି। ରାତିରେ ଶ୍ରମିକ ମାନେ ୩ଟି ଚାରି ଚକିଆ ଗାଡିରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିଲେ । କଣ୍ଟାବାଞ୍ଜି ପହଞ୍ଚିବା ପରେ ସେମାନେ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତେ। ତେବେ ପୋଲିସ ଗୋଳେଇ ଛକରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। କାଗଜପତ୍ର ଯାଞ୍ଚ ପରେ ଶ୍ରମିକ ମାନଙ୍କୁ ତାଙ୍କ ଘର ଛାଡି ଦିଆଯିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.