ନୂଆପଡ଼ାରେ ବାଘ ଆତଙ୍କ ଜାରି

ନୂଆପଡ଼ା : ନୂଆପଡ଼ା ସୁନାବେଡା ଅଭୟାରଣ୍ୟରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା। ନୂଆପଡ଼ା ବନ ବିଭାଗ ରେଞ୍ଜ ଅଧିନସ୍ଥ ଆମାନାରା ପଞ୍ଚାୟତ ପାୱାରତୋଲା ଗାଁର ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି। ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଟିମ୍‌ ମୁତୟନ ହୋଇଛନ୍ତି । ମାସେରୁ ଅଧିକ ସମୟ ଧରି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଏବେ କୋମନା ବ୍ଲକରେ ବାଘ ଘୁରି ବୁଲୁଥିବା ଖବର ପାଇ ଭୟରେ ଦିନ କାଟୁଛନ୍ତି ଲୋକ ।

Leave A Reply

Your email address will not be published.