ଅକ୍ଟୋବର ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ବର: ଆସନ୍ତା ଅକ୍ଟୋବରସୁଦ୍ଧା ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ। ଆଜି ଏଆଇସିସି ଦ୍ବାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତହାର କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଏହାର ଦ୍ବିତୀୟ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ବାରା ପ୍ରସ୍ତୁତ ଇସ୍ତାହାରକୁ ଅଧ୍ୟୟନ କରି ଦସ୍ତାବିଜ୍ ପ୍ରସ୍ତୁତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

gpkandhamal

ବୈଠକରେ ମୁଖ୍ୟତଃ ୩ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିଲା। ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିବ। ଲୋକ ପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିସ୍ତୃତଭାବେ ଆଲୋଚନା କରିବେ। ରାଜ୍ୟରେ ଥିବା ବିଭିନ୍ନ ବିଷୟ ଉପରେ ଗଭୀର ଜ୍ଞାନ ରଖୁଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବାକୁ କୁହାଯାଇଛି। ଏହି ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ବର ବେହେରା, ବିଶ୍ବନାଥ ଆଚାର୍ଯ୍ୟ, ଉଦ୍ଧବ କର, ଇନ୍ଦ୍ରମୋହନ ପଣ୍ଡା, ପ୍ରଶାନ୍ତ ଶତପଥୀ, ପ୍ରକାଶ ମିଶ୍ର, ସସ୍ମିତା ବେହେରା, ସୁଦର୍ଶନ ଦାସ, ଜିଆଉଲ ହକ୍, ଅମିୟ ପଟ୍ଟନାୟକ, ରଜନୀ ମହାନ୍ତି, ଅମିୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Umasankar Adv
Leave A Reply

Your email address will not be published.