ଆଜିଠୁ ୩ ଦିନ ଯାଏଁ ୟୁନିଟ୍-୬ ସରକାରୀ ହାଇସ୍କୁଲରେ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକା

ରାଜ୍ୟରେ ଏବେ ଭ୍ୟାକସିନ୍ ଅଭାବ ଯୋଗୁଁ ୪୫ ବର୍ଷରୁ ଅଧିକଙ୍କ ଟିକାକରଣରେ ବାଧା ସୃଷ୍ଟି ହୋଇଛି। ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟକୁ ଲକ୍ଷେ ଡୋଜ୍ ଆସି ପହଂଚିବା ନେଇ ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ଗତକାଲି ସାମ୍ବାଦିକଙ୍କୁ ଟିକା ଦିଆଯାଉଥିବା ବେଳେ ଏଥିରେ ଅନେକ ଅସୁବିଧା ଉପୁଜିଥିଲା ଯାହାଫଳରେ ସାମ୍ବାଦିକ ମହଲରେ ଅଶାନ୍ତି ପ୍ରକାଶ ପାଇଛି । ତେଣୁ ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆଜିଠୁ ତିନି ଦିନ ଯାଏ ୟୁନିଟ୍-୬ ସରକାରୀ ହାଇସ୍କୁଲ ପରିସରରେ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଅଧିନରେ ଆସୁଥିବା ସାମ୍ବାଦିକଙ୍କ ବୀମା ନମ୍ବର ଆଧାରରେ ତିନି ଦିନ ବିଭକ୍ତ କରାଯାଇଛି। ନିର୍ଦ୍ଦିଷ୍ଠ ଦିନରେ ସାମ୍ବାଦିକ ମାନେ ଯାଇ ଭ୍ୟାକସିନ୍ ନେଇ ପାରିବେ। ଏଥିପାଇଁ ନିଜ ପରିଚୟପତ୍ର ଓ ବୀମା କାର୍ଡ ଦେଖାଇ ପାରିବେ।

Leave A Reply

Your email address will not be published.