କୋଭିଡ୍ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରାଇବେ ଅଙ୍ଗନବାଡି ଓ ଆଶା କର୍ମୀ

କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ଏହି ଅଭିଯାନ ଅଗଷ୍ଟ ୨୩ ତାରିଖ ଯାଏ କରାଯିବ । ଏହି ସମୟରେ ଲୋକଙ୍କର ଜ୍ୱର ପରୀକ୍ଷା ସହ କୋଭିଡ୍ ରୋଗୀ ଚିହ୍ନଟ, ଘରେ ରହୁଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଔଷଧ ପ୍ରଦାନ କରିବେ ଅଙ୍ଗନବାଡି ଓ ଆଶା କର୍ମୀ । ଆବଶ୍ୟକ ସ୍ଥଳେ ଚିକିତ୍ସା ପାଇଁ ଡାକ୍ତରଖାନା ସ୍ଥାନାନ୍ତର ବି କରାଇବେ । ସଠିକ ସମୟରେ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାରେ ସେମାନେ ସହାୟତା ବି କରିବେ । ଏଥିସହ କୋଭିଡ୍ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରାଇବେ ଅଙ୍ଗନବାଡି ଓ ଆଶା କର୍ମୀ ।

Leave A Reply

Your email address will not be published.