ଜମ୍ମୁ କଶ୍ମୀର: ପୁଂଛ ସେକ୍ଟରରେ ଏଲ୍‌ଓସିରେ ଅନୁପ୍ରବେଶ ଉଦ୍ୟମ

ଶ୍ରୀନଗର, ସେପ୍ଟେମ୍ବର ୦୩ : ଜମ୍ମୁ କଶ୍ମୀରର ପୁଂଛ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ହୋଇଛି । ନିୟନ୍ତ୍ରଣ ରେଖା ନିକଟରେ ହୋଇଥିବା ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ବିଫଳ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସୂଚନାଯୋଗ୍ୟ, ଜମ୍ମୁକଶ୍ମୀରକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉଛି । ଭାରତୀୟ ସେନାର ଯବାନମାନେ ଦୃଢ଼ତାର ସହିତ ଛିଡ଼ା ହୋଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀମାନେ କୌଶଳ କ୍ରମେ ଭାରତ ସୀମାକୁ ପ୍ରବେଶ କରୁଛନ୍ତି । ଅନୁପ୍ରବେଶକାରୀମାନେ ସେନାର ଗୁଳିରେ ନିହତ ହେଉଥିଲେ ମଧ୍ୟ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ । ସୂଚନାଯୋଗ୍ୟ, ଜମ୍ମୁକଶ୍ମୀରକୁ ଲାଗି ରହିଥିବା ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉଛି । ଭାରତୀୟ ସେନାର ଯବାନମାନେ ଦୃଢ଼ତାର ସହିତ ଛିଡ଼ା ହୋଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଅନୁପ୍ରବେଶକାରୀମାନେ କୌଶଳ କ୍ରମେ ଭାରତ ସୀମାକୁ ପ୍ରବେଶ କରୁଛନ୍ତି । ଅନୁପ୍ରବେଶକାରୀମାନେ ସେନାର ଗୁଳିରେ ନିହତ ହେଉଥିଲେ ମଧ୍ୟ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉନାହିଁ । 

Leave A Reply

Your email address will not be published.