ଆଫଗାନିସ୍ତାନରେ ଆଜି ସରକାର ଗଠନ କରିବ ତାଲିବାନ

କାବୁଲ, ସେପ୍ଟେମ୍ବର ୦୩ : ଆଫଗାନିସ୍ତାନକୁ ୨ ସପ୍ତାହ ପୂର୍ବରୁ ଜବରଦଖଲ କରିଥିବା ତାଲିବାନ ଆଜି ସରକାର ଗଢ଼ିପାରେ । ଏଥି ପାଇଁ ତାଲିବାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଶୁକ୍ରବାର ଠାରୁ ତାଲିବାନରେ ନମାଜ ପାଠ ପରେ ଆଫଗାନିସ୍ତାନରେ ନୂଆ ସରକାରଙ୍କ ରାଜୁତି ଆରମ୍ଭ ହୋଇଯିବ ।  ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲକୁ ତାଲିବାନ ନିଜର ଅଧୀନକୁ ନେଇଯାଇଥିଲା । ଇସଲାମିକ ଆତଙ୍କବାଦୀ ସମୂହ ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରାଇ ନେବା ପରେ ବିଜୟକୁ ନେଇ ଉତ୍ସାହ ଦେଖାଯାଇଥିଲା । ଏଥି ସହିତ ଦଶନ୍ଧୀ ଧରି ଚାଲିଆସିଥିବା ଗୃହ ପରେ ଦେଶରେ ଶାନ୍ତି ଓ ସୁରକ୍ଷା ଫେରାଇ ଆଣିବାକୁ ତାଲିବାନ ପ୍ରତିଜ୍ଞା କରିଛି ।  ଚଳିତ ସପ୍ତାହରେ ଆମେରିକା ସେନା ଆଫଗାନିସ୍ତାନରୁ ଫେରିଯାଇଥିବା ବେଳେ ତାଲିବାନ ଏଠାରେ ଶାସନ ଆରମ୍ଭ କରିବ । ଅନ୍ୟପଟରେ ଆଫଗାନିସ୍ତାନ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭର କରିଥାଏ । କାରଣ ଦେଶର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ।

Leave A Reply

Your email address will not be published.