ବିଧାନସଭା ଅଧିବେଶନ, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁୁବନେଶ୍ୱର, ସେପ୍ଟେମ୍ବର ୩ : ଆଜି ବି ସ୍ୱାଭାବିକ ହୋଇପାରିଲାଣି ଗୃହ କାର୍ଯ୍ୟ । ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ହୋଇଛି । ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଥିଲା । ଷ୍ଟାଫ୍ ସିଲେକସନ କମିଶନ ଦୁର୍ନୀତିକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ହୋଇଥିଲା । ଫଳରେ ବାଚସ୍ପଚି ସୂର୍ଯୟ ନାରାୟଣ ଜେନା ଗୃହକୁ ଅପରାହ୍ନ ୪ଟା ଯାେଁ ମୁଲତବୀ ଘୋଷଣା କରାଯାଇଛି ।  ସେହିପରି ଗତକାଲି ମଧ୍ୟ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା । ମରୁଡି ଓ ମାହାଙ୍ଗା ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଘେରିଥିଲେ । ବିଜେପି ମାହାଙ୍ଗା ପ୍ରସଙ୍ଗ ଉଠାଇଥିଲେ । ସେପଟେ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିଲା ।

Leave A Reply

Your email address will not be published.