ଟୋକିଓ ଅଲମ୍ପିକରେ ଭାରତକୁ ଆଉ ଏକ ପଦକ ପୁରୁଷ ହାଇଜମ୍ପ୍‌ରେ ପ୍ରବୀଣଙ୍କୁ ରୌପ୍ୟ

ନୂଆଦିଲ୍ଲୀ, ସେପ୍ଟେମ୍ବର ୩, : ଟୋକିଓ ଅଲମ୍ପିକରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାରଙ୍କୁ ମିଳିଛି ରୌପ୍ୟ । ଏହାପରେ ଭାରତର ପଦକ ତାଲିକା ୧୧ରେ ପହଞ୍ôଚଛି । ପବୀଣ ପୁରୁଷ ହାଇଜମ୍ପରେ ୨.୦୭ ମିଟର ଉଚ୍ଚ ଡେଇଁ ଏହି ରୌପ୍ୟପଦକ ହାସଲ କରିଛନ୍ତି । ପାରାଅଲମ୍ପିକରେ ଭାରତକୁ ୪ଟି ମେଡାଲ ମିଳିଛି । ଏହା ପୂର୍ବରୁ ଟି୬୩ ସ୍ପର୍ଦ୍ଧାରେ ଭାରତକୁ ମାରିୟପ୍ପନ ଥଙ୍ଗାବେଲୁଙ୍କୁ ରୌପ୍ୟ, ଶରଦ କୁମାରଙ୍କୁ ବ୍ରୋଞ୍ଜ, ନିଷାଦ କୁମାରଙ୍କୁ ଟି୪୭ରେ ରୌପ୍ୟ ପଦକ ମିଳିସାରିଛି । ଗ୍ରେଟ ବ୍ରିଟେନର ଜୋନାଥନ ବ୍ରୁମ୍ –ଏଣ୍ଡୱର୍ଡସ ୨.୧୦ମିଟର ଉଚ୍ଚ ଡେଇଁ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ପୋଲାଣ୍ଡର ମାସିଜ୍ ଲେପିୟାଟୋ ୨.୦୪ମିଟର ଉଚ୍ଚ ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ରୌପ୍ୟପଦକ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବୀଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.