ଆମେରିକାରେ ପୁଣି ୧ ଲକ୍ଷ ୭୭ ହଜାର ନୂଆ କରୋନା ପଜିଟିଭ ଚିହ୍ନଟ

ୱାଶିଂଟନ, ସେପ୍ଟେମ୍ବର ୦୩ : ଆମେରିକାରେ ପୁଣି ଥରେ ଦେଢ଼ ଲକ୍ଷରର ଅଧକ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୭ ହଜାର ୫୬୮ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ ୬୧ ହଜାର ୮୯୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଇଛି । କାରଣ ଦୀର୍ଘ ଦିନ ପରେ ମୃତ୍ୟୁହାର ପୁଣି ଥରେ ଉପରମୁହାଁ ହୋଇଥିବା ପରିଲକ୍ଷିତ ହୋଇଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୬୫ ଜଣଙ୍କର ମୃତ୍ୟୁ ହୋଇଛି ।    ଆମେରିକାରେ ଏପର୍ଯ୍ୟନ୍ତ ୪ କୋଟି ୫ ଲକ୍ଷ ୧୩ ହଜାର ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩ କୋଟି ୧୧ ଲକ୍ଷ ୯୯ହଜାର ୮୩୫ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ଲକ୍ଷ ୫୦ ହଜାର ୩୩୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ହଜାର ୬୪୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏପର୍ଯ୍ୟନ୍ତ ଆମେରିକାରେ କରୋନା ଯୋଗୁଁ ୬ ଲକ୍ଷ ୬୨ ହଜାର ୮୫୩ ଲୋକଙ୍କର ମୃତ୍ୟୁ ହୋଇସାରିଛି ।     ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୯୯ ଲକ୍ଷ ୧ ହଜାର ୨୮୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୫୫ ହଜାର ୫୬୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୬୫ ଲକ୍ଷ ୪୬ ହଜାର ୯୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୫ ଲକ୍ଷ ୮୭ ହଜାର ୯୮ ହଜାର୮୦୬ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୪ ହଜାର ୮୨୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

Leave A Reply

Your email address will not be published.