ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରରେ କଏଦୀ ମୃତ୍ୟୁ

ଭଦ୍ରକ, ସେପ୍ଟେମ୍ବର ୩ : ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରରେ କଏଦୀ ମୃତ୍ୟୁ ଘଟଣା । ମୃତ କଏଦୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ସୋର ଥାନାରେ ପହଞ୍ଚିଛନ୍ତି । ତେବେ ଗୁରୁବାର ବିଳମ୍ବିତ ରାତିରେ ଜଣେ କଏଦୀର ସୋର ଉପକାରାଗାର ଭିତରେ ମୃତ୍ୟୁ ହୋଇଛି । ଜେଲ କର୍ତ୍ତୃପକ୍ଷ ତାଙ୍କୁ ସୋର ଡାକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିିଥିଲେ । ହେଲେ ମୃତ କଏଦୀ ଆଧିପତାରେ କ୍ଷତ ଚିହ୍ନ ରହିଥିବା ବେଳେ ବେକରେ ଦଉଡି ଚଣା ଚିହ୍ନ ଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଭକ୍ରକ ଜିଲ୍ଲାର ସର୍ବେଶ୍ୱର ବାରିକଙ୍କର ପୁଅ କମଳାକାନ୍ତ ବାରିକ । ଗତ ଗଣେଶ ପୂଜା ସମୟରେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ସେ ଜେଲରେ ସଜା କାରିଥିଲା । ପରେ କୋଭିଡ ପାଇଁ ତାଙ୍କୁ ସୋର ସବ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଶୁକ୍ରବାର କମଳାକାନ୍ତଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.