କନ୍ଧମାଳ ପୀଡିତାଙ୍କୁ ମିଳିଲା ନ୍ୟାୟ

କନ୍ଧମାଳ : ବିଳମ୍ବରେ ହେଉ ପଛେ ମିଳିଲା ନ୍ୟାୟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେସ ନମ୍ବର ୬୨ ତା ୨୨.୦୫.୨୦୧୬ ର ବିଚାର କରି ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ସାହୁ ଅଭିଯୁକ୍ତ ଜୟ ଦିଗାଲ ପିତା କୃଷିଆ ଦିଗାଲ ଗ୍ରାମ – ବିଲୁପଦର, ଥାନା -ଫିରିଙ୍ଗିଆ, ଜିଲ୍ଲା- କନ୍ଧମାଳ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।ଜରିମାନ ଅନାଦେୟ ଅଧିକ ଛ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି।ଜରିମାନା ଆଦାୟ ହେଲେ ନାବାଳିକା ପିଡିତାଙ୍କୁ କ୍ଷତି ପୁରଣ ବାବଦକୁ ଦେବାକୁ ନିର୍ଦେଶ ଦେଇଛନ୍ତି। ତେବେ ଗତ ୫ ବର୍ଷ ତଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ନେଇ ପରିବାର ପକ୍ଷରୁ ଫିରିଙ୍ଗିଆ ଥାନାରେ ଅଭିଯୋଗ ହୋଇଥିଲା। ଫିରିଙ୍ଗିଆ ପୋଲିସ ଘଟଣାକୁ ଗୁରୁତର ସହକାରେ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଦାଲତ ରେ ମାମଲା ରୁଜୁ ହୋଇଥିଲା । ଶେଷରେ ଆଜି ପୀଡିତାଙ୍କୁ ନ୍ୟାୟ ମିଳିଛି।

Leave A Reply

Your email address will not be published.