ଅଭିନବ ଉପାୟରେ ଚାଲିଛି ଧଳାଜହର କାରବାର

ଭୁବନେଶ୍ୱର :  ଅଭିନବ ଉପାୟରେ ଚାଲିଛି ଧଳାଜହର କାରବାର। ମହିଳାଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଇଞ୍ଜିନିୟରିଂ କରିଥିବା ଜଣେ ଯୁବକ। ତାଙ୍କ ଠାରୁ ୧.୩୪ କେଜି ବ୍ରାଉନସୁଗର ଜବତ କରାଯାଇଛି। ଖୋର୍ଦ୍ଧ ଜିଲ୍ଲା କୁମାରବସ୍ତି ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି।

gpkandhamal

ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କାରାଯାଇଛି। ମିଳିଥିବା ସୂଚନର ଅନୁସାରେ, ମନୋରଞ୍ଜନ ଧଳା ଜହର ବିକ୍ରି କରୁଥିବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଯୋଜନା ମୁତାବକ କୁମ୍ଭାରବସ୍ତି ଅଞ୍ଚଳରେ ଟିମ୍ ଜଗି ରହିଥିଲା। ମନୋରଞ୍ଜନ ଧଳା ଜହର ବିକ୍ରି କରିବା ପାଇଁ ଜଣେ ନିଶା ବ୍ୟବସାୟୀ ସହ ଡିଲ୍ କରୁଥିଲା ବେଳେ ତାଙ୍କୁ  ଗିରଫ କରାଯାଇଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ।୨୦୨୦ ମସିହା ପରଠାରୁ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ୩୯ କେଜି ବ୍ରାଉନସୁଗାର ଏବଂ ହେରୋଇନ୍ ଜବତ କଲାଣି ଏସଟିଏଫ୍।  ଏ ସମସ୍ତ ମାମଲାରେ ଏଯାଏ ଶହେ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

Umasankar Adv
Leave A Reply

Your email address will not be published.