କିରାଣୀଙ୍କ ଜରିଆରେ ଲାଞ୍ଚ ନେଉଥିଲେ ବିଇଓ

ସୁନ୍ଦରଗଡ଼ :ରାଣୀଙ୍କ ଜରିଆରେ ୩୫ ହଜାର ଲାଞ୍ଚ ନେଉଥିଲେ ବିଇଓ। ଏହି ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ି ଯାଇଛନ୍ତି ଉଭୟ ବିଇଓ ଓ କିରାଣୀ। ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୩୫ ହଜାର ଟଙ୍କା । ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଭିଜିଲାନ୍ସ ଦ୍ୱାରା ଗିରଫ ଦ୍ୱୟ ହେଲେ ହେମଗିରିର ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣୀ ବିରଞ୍ଚି ଖିଲେଇ ।  ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ବାଘଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ସୁରେନ୍ଦ୍ର ସାହୁ ।  ସେ କିରାଣୀ ବିରଞ୍ଚି ଖିଲେଇଙ୍କ ଜରିଆରେ ଲାଞ୍ଚ ନେଉଥିଲେ  ।

gpkandhamal

ସୂଚନା ମୁତାବକ, ୨୦୧୦ରେ ନାରାୟଣ ବାଘ କୁତାବଗା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଉକ୍ତ ସମୟରେ ସେ ୨୫ ଶହ ଟଙ୍କାର ୟୁସି ଦେବାରେ ବିଳମ୍ବ କରିଥିଲେ । ଏହାକୁ କାର୍ଯ୍ୟରେ ଅବହେଳା ଦର୍ଶାଇ ୫୦ ହଜାର ଟଙ୍କା ନ ଦେଲେ ସସ୍‌ପେଣ୍ଡ କରିବାକୁ ଧମକ ଦେଇଥିଲେ ବିଇଓ ସୁରେନ୍ଦ୍ର ସାହୁ । କିଛି ଦିନ ପୂର୍ବେ ୧୫ ହଜାର ଟଙ୍କା ଦେଇଥିଲେ ନାରାୟଣ । ଏହା ସତ୍ତ୍ୱେ ତୁରନ୍ତ ବାକି ୩୫ ହଜାର ଟଙ୍କା ଦେବାକୁ ଚାପ ପକାଇଥିଲେ  ବିଇଓ । ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ ନାରାୟଣ  । ଏହାପରେ ଯୋଜନା ମୁତାବକ, କିରାଣୀ ବିରଞ୍ଚି ଖିଲେଇ ନାରାୟଣଙ୍କଠାରୁ ୩୫ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।  ବିରଞ୍ଚିଙ୍କ ସହିତ ସୁରେନ୍ଦ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି  ଓ ସମସ୍ତ ଟଙ୍କା ଜବତ କରାଯାଇଛି।

Umasankar Adv
Leave A Reply

Your email address will not be published.