ବ୍ୟାଡମିଣ୍ଟନରେ ଜାପାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ

ଟୋକିଓ, ସେପ୍ଟେମ୍ବର ୦୪ : ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଜାପାନର ରାଜଧାନୀ ଟୋକିଓରେ ଜାରି ଥିବା ପାରାଲିମ୍ପିକ୍ସରେ ଚମକିଛନ୍ତି । ସେ ପୁରୁଷ ସଙ୍ଗିଲ ଏସଏଲ୩ ସେମିଫାଇନାଲରେ ଜାପାନର ପ୍ରତିଦ୍ୱନ୍ଦ୍ୱୀ ଡାଇସୁକେ ଫୁଜିହାରାଙ୍କୁ ୨୧-୧୧,୨୧-୧୬ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

gpkandhamal

Umasankar Adv

ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ଭଗତ ଫାଇନାଲରେ ପହଂଚିବା ପୂର୍ବରୁ ସେମିଫାଇନାଲ ମ୍ୟାଚରେ ଜୋରଦାର ଉଦ୍ୟମ କରିଥିଲେ । ଡାଇସୁକେ ୨ ପଏଣ୍ଟ ଅଗ୍ରଣୀ ଥିଲେ । କିନ୍ତୁ ଏହା ବହୁତ କମ ସମୟ ପାଇଁ । ପ୍ରଥମ ଖେଳରେ ଭଗତ ଶେଷରେ ଫର୍ମକୁ ୨୧-୧୧ରେ ଅଗ୍ରଣୀ ରହିଥିଲେ । ଦ୍ୱିତୀୟ ସେଟରେ ଭଗତ ମୂଳରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲେ । 

Leave A Reply

Your email address will not be published.