ସ୍ୱାଭାବିକ୍ ହୋଇପାରୁନି ମୌସୁମୀ ଅଧିବେଶନ

ଭୁବନେଶ୍ୱର, ସେପ୍ଟେମ୍ବର ୪ : ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାର ୪ ଦିନ ବିତ୍ତିଲାଣି ତଥାପି ସ୍ୱାଭାବିକ୍ ଭାବରେ ଚାଲିପାରୁନି ଗୃହ । କେତେବେଳେ ବିରୋଧିଙ୍କ ପ୍ରଶ୍ନକୁ ଏଡାଇବା ପାଇଁ ବାରମ୍ବାର ଗୃହକୁ ମୁଲତବୀ ରଖା ଯାଉଛି ତ ଆଉ କେତେବେଳେ ବିରୋଧିଙ୍କୁ ପ୍ରଶ୍ନ କରିବା ପାଇଁ ସମୟ ଦିଆଯାଉନଥିବାରୁ ଗୃହ ତ୍ୟାଗ କରୁଛନ୍ତି ବିରୋଧି ।

gpkandhamal

ଏଭଳି ହଟ୍ଟଗୋଳ ମଧ୍ୟରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ଆଜି ଶୂନ୍ୟକାଳରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୀୟମୀତତା ପ୍ରସଙ୍ଗ ଉଠାଯାଇଥିବା ବେଳେ ବିଧାନସଭାରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଯଥେଷ୍ଟ ଦିଆଯାଇନଥିଲା । ଯାହାକୁ ନେଇ ବିଜେପି ଅସନ୍ତୋଷ ଜାହିର କରିବା ସହିତ ଗୃହ ତ୍ୟାଗ କରିଥିବା ଜଣାପଡିଛି । ରାଜ୍ୟରେ ପ୍ରମୁଖ ବିରୋଧି ଦଳର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା ଦର୍ଶାଇ ବିଧାନସଭା ବାହାରେ ଗାନ୍ଧରମୂର୍ତ୍ତି ତଳେ ବିଜେପି କର୍ମୀ ଧାରଣା ଦେଇଥିବା ଜଣାପଡିଛି ।

Umasankar Adv
Leave A Reply

Your email address will not be published.