କରୋନା ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୪୫.୮୧ ଲକ୍ଷ

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୬ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୪୫ଲକ୍ଷ ୮୧ ହଜାର ଅତିକ୍ରମ କରିଥିବା ବେଳେ ଏଯାଏଁ ୨୨ କୋଟି ୧୫ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନା ସାମାନ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି । ଏହି ସମୟ ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୨୨ ହଜାର ୯୧୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୫୭୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

gpkandhamal

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୨ କୋଟି ୧୫ ଲକ୍ଷ ୧୪ ହଜାର ୯୩୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୫ ଲକ୍ଷ ୮୧ ହଜାର ୨୪୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୮୦ ଲକ୍ଷ ୪ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୯ ଲକ୍ଷ ୨୯ ହଜାର ୧୪୦ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୫ ହଜାର ୫୦୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

Umasankar Adv
Leave A Reply

Your email address will not be published.