ତାଲିବାନ ନେତା ମୁଲ୍ଲା ବରାଦରଙ୍କୁ ଭେଟିଲେ ୟୁଏନ ମାନବୀୟ ମାମଲାର ସଂସ୍ଥା ମୁଖ୍ୟ

କାବୁଲ, ସେପ୍ଟେମ୍ବର ୦୬ : ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନୀମାନଙ୍କ ରାଜୁତିରେ ଦିନକୁ ଦିନ ହୃଦୟକୁ ଆଘାତ ଦେଲା ଭଳି ଖବର ଶୁଣିବାକୁ ମିଳୁଛି । କିନ୍ତୁ ତାଲିବାନୀ ଶାସକ ଦାବି କରୁଛନ୍ତି ଯେ, ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖାଯିବ । କିନ୍ତୁ ତାଲିବାନ ଯାହା କହୁଛି, ତାହାର ଓଲଟା କରୁଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଉଛି । ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ମାନବୀୟ ମାମଲାର ସଂସ୍ଥା ମୁଖ୍ୟ ମାର୍ଟିନ ଗ୍ରିଫିଥ୍‌ସ ତାଲିବାନ ନେତା ମୁଲ୍ଲା ବରାଦରଙ୍କୁ ଭେଟିଛନ୍ତି । କାବୁଲର ବିଦେଶ ମନ୍ତ୍ରାଳୟରେ ହୋଇଥିବା ଏହି ସାକ୍ଷାତକାର ସମୟରେ ମାର୍ଟିନ ଗ୍ରିଫିଥ୍‌ସ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆଫଗାନିସ୍ତାନର ସହିତ ନିଜର ସମର୍ଥନ ଏବଂ ସହଯୋଗ ରହିବ । 

gpkandhamal

ମାନବୀୟ ମାମଲା ଏବଂ ଜରୁରୀକାଳୀନ ସମନ୍ୱୟକ ଲାଗି ସଂଯୁକ୍ତ ରାଷ୍ଟ୍ରର ଉପରିସ୍ଥ ମହାସଚିମ ମାର୍ଟିନ ଗ୍ରିଫିଥ୍‌ସ ଟୁଇଟ କରି ମୁଲ୍ଲା ବରାଦରଙ୍କୁ ଭେଟିଥିବା ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆଫଗାନିସ୍ତାନରେ ଲକ୍ଷାଧିକ ଅଭାବୀ ଲୋକଙ୍କୁ ନଷ୍ପକ୍ଷ ମାନବୀୟ ସହାୟତା ଏବଂ ସୁରକ୍ଷା ପ୍ରଦାନ କରିବା ଲାଗି ରାଷ୍ଟ୍ରର ପ୍ରତିଶ୍ରୁତି ସ୍ପଷ୍ଟ କରିବା ପାଇଁ ତାଲିବାନର ନେତୃତ୍ୱକୁ ଭେଟିଛି ।   

Umasankar Adv
Leave A Reply

Your email address will not be published.