ରାଜ୍ୟରେ ୨୪ ଘଣ୍ଟାରେ ୬୦୯ ପଜିଟିଭ୍‌

ଭୁବନେଶ୍ୱର, ସେପ୍ଟେମ୍ବର ୬ : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୪ ଥିବା ବେଳେ ଲୋକାଲ କେସ ରହିଛି ୨୫୫ ରହିଛି । ସେହିପରି ୧୮ ବର୍ଷରୁ କମ ବର୍ଗର ୧୨୨ ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦୧୨୧୬୭ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । 

gpkandhamal

ଆଜି ଅନୁଗୁଳରୁ ୧୨, ବାଲେଶ୍ୱରରୁ ୩୧, ବରଗଡରୁ ୯, ଭଦ୍ରକରୁ ୧୮, ବଲାଙ୍ଗିରରୁ ୪, କଟକରୁ ୧୧୩, ଦେଓଗଡରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୧୩, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୧୮୮, କୋରାପୁଟରୁ ୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୫, ନୟାଗଡରୁ ୫, ପୁରୀରୁ ୨୦, ରାୟଗଡା ୭, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡରୁ ୯ ଓ ଷ୍ଟେଟ ପୁଲରୁ ୪୫ ଜଣ ରହିଛନ୍ତି ।   ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ ୧୦୧୨୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୯୯୬ଟି ଆକ୍ଟିଭ୍ କେସ ଥିବା ବେଳେ ୯୯୭୦୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Umasankar Adv
Leave A Reply

Your email address will not be published.