ଉତ୍ତରାଖଣ୍ଡ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଲେ ବେବୀ ରାନୀ ମୋର୍ଯ୍ୟ

ନୂଆଦିଲ୍ଲୀ, ସେପ୍ଟେମ୍ବର ୮ : ଆଜି ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାନୀ ମୋର୍ଯ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ରାଷ୍ଟ୍ରପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି ବେବୀ ରାନୀ ମୋର୍ଯ୍ୟ । ଚଳିତ ବର୍ଷ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ୩ ବର୍ଷ ପୁରା କରିଛନ୍ତି ବେବୀ ରାନୀ ମୋର୍ଯ୍ୟ ।

gpkandhamal

ତେବେ ଏଭଳି ଆକସ୍ମିକ ଭାବରେ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବେବୀ ରାନୀ ମୋର୍ଯ୍ୟଙ୍କୁ ବିଜେପି କିଛି ବଡ଼ ଦାୟିତ୍ୱ ମିଳିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଇସ୍ତଫା ଦେବା ପୂର୍ବରୁ ବେବୀ ରାନୀ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ତେଣୁ ରାଜ୍ୟପାଳ ପଦବୀରୁ ଇସ୍ତଫା ପରେ ଉତ୍ତରପ୍ରଦେଶରେ ବେବୀ ରାନୀ ମୋର୍ଯ୍ୟଙ୍କୁ ଏକ ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Umasankar Adv
Leave A Reply

Your email address will not be published.