ଓଡିଶାରୁ ଟଙ୍କା ନେଇ ଆନ୍ଧ୍ରରେ ଫିଲ୍ମ ନିର୍ମାଣ

ଭୁବନେଶ୍ୱର, ସେପ୍ଟେମ୍ବର୮ : ଓଡିଶାରୁ ଟଙ୍କା ନେଇ ଆନ୍ଧ୍ରରେ ଫିଲ୍ମ ନିର୍ମାଣ କରୁଥିଲେ । ଚିଟ୍‌ଫଣ୍ଡ ସ୍କାମ ସହ ଜଡିତ ଏକ ମାମଲାରେ ଓଡ଼ିଶା କ୍ରାଇମ ବ୍ରାଞ୍ଚ ପୂର୍ବତନ ବିଶାଖାପାଟନମ୍ ବିଧାୟକ ମଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି। ଓଡ଼ିଶା କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ସ୍ଥାନୀୟ ପୋଲିସ ସହାୟତାରେ ବିଜୟଙ୍କୁ ଗିରଫ କରିଛି। ବିଜୟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶିକ୍ଷା ଏବଂ କଲ୍ୟାଣ ଭିତ୍ତିଭୂମି ବିକାଶ ନିଗମର ଅଧ୍ୟକ୍ଷ ଅଛନ୍ତି। ନିବେଶକଙ୍କ ଠକିବା ପାଇଁ ୨୦୧୯ ରେ ଓଡିଶା ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଖବର ଅନୁଯାୟୀ, ପ୍ରସାଦ ବଡ ବ୍ୟାନରରେ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ ଯେଉଁଥିରେ କୋଟି କୋଟି ଟଙ୍କା ପାଣ୍ଠି ବିନିଯୋଗ କରାଯାଇଥିଲା।

gpkandhamal

ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ କଲ୍ୟାଣ ବିକାଶ ନିଗମର ଅଧ୍ୟକ୍ଷ ଥିବା ୫୨ ବର୍ଷୀୟ ପ୍ରସାଦ ବିଶାଖାପାଟନମରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଅଧିକ ପଚରାଉଚରା ପାଇଁ ମଙ୍ଗଳବାର ଭୁବନେଶ୍ୱରକୁ ଅଣାଯାଇଛି। ପରେ ତାଙ୍କୁ କଟକସ୍ଥିତ ଏକ ସ୍ୱତନ୍ତ୍ର ଚିଟ୍ ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ରବିବାର ତାଙ୍କ ବେଲ୍ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ। ସୂଚନା ମୁତାବକ ବିଜୟ ଓଡିଶାର ଭୁବନେଶ୍ୱର,କଟକ ଆଦି ବିଭିନ୍ନ ସ୍ଥାନରେ ଶାଖା ଖୋଲି ୱେଲଫେୟାର ବିଲ୍‌ଡିଙ୍ଗ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଟଙ୍କା ଲଗାଇ ଲୋକଙ୍କୁ ଅତି କମ୍ ସମୟରେ ଟଙ୍କା ଦୁଇଗୁଣା ହେବାର ଲୋଭ ଦେଖାଇବା ସହିତ ଯଦି ଟଙ୍କା ଫେରସ୍ତ ନହେଲେ ଆନ୍ଧ୍ରପ୍ରଦେଶରେ ଯାଗା ମିଳିବ ବୋଲି କହି ଲୋକଙ୍କୁ ଲୁଟି ଚାଲିଥିଲେ । ଅଭିଯୋଗ ମୁତାବକ ଏହି ସ୍କାମ୍ ଜରିଆରେ ସେ ୧୨୫୦ କୋଟି ଟଙ୍କା ଠକେଇ କରିଥିବା ସୂଚନା ମିଳିଛି । ଆଜି ତାଙ୍କୁ ଇଓଡବ୍ଲୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରିବା ପରେ ତାଙ୍କୁ କୋର୍ଟ ଝାରପଡା ବିଚାର ବିଭାଗିୟ ହାଜତକୁ ପଠାଇ ଦେଇଛନ୍ତି । ଏହାପୂର୍ବରୁ ୨୦୧୬ ରେ ସିବିଆଇ ତାଙ୍କ କାର‌୍ୟ୍ୟାଳୟ ଏବଂ ଆବାସିକ ପରିସରରେ ଶହ ଶହ କୋଟି ଟଙ୍କା ଚିଟ୍ ଫଣ୍ଡ ସ୍କାମ ଅଭିଯୋଗରେ ଯାଞ୍ଚ କରିଥିଲା।

Umasankar Adv
Leave A Reply

Your email address will not be published.