ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର, ସେପ୍ଟେମ୍ବର୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୧୦,୧୪,୩୩୮ ରେ ପହଁଞ୍ଚିଛି । ସଂକ୍ରମିତ ହୋଇଥିବା ୭୭୧ ଜଣଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍ ରୁ ସଂକ୍ରମିତ ହୋଇଥିବା ବେଳେ ୩୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

gpkandhamal

ଏହା ସହିତ ୫୭୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯,୯୯,୧୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ୧୮ ବର୍ଷରୁ କମ କିଶୋର ମାନଙ୍କର ସଂକ୍ରମଣ କମିବାର ନାଁ ନେଉ ନାହିଁ । ଗତ ୨୪ ଘଣ୍ଟାରେ ପୁଣି ୧୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । 

Umasankar Adv

ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୧,ବରଗଡରୁ୩ ,ଭଦ୍ରକରୁ ୧୫ ,ବଲାଙ୍ଗୀର ୨ ,କଟକ ୭୧ ,ଦେଓଗାଡ ୫ , ଢେଙ୍କାନାଳ୧୨ , ଗଞ୍ଜାମ: ୪ , ଜଗତ୍ସିଂହପୁର: ୨୬ , ଯାଜପୁର ୩୪ , ଝାସରୁଗୁଡା ୯ , କାଳାହାଣ୍ଡି ୧ , କେନ୍ଦ୍ରାପଡା ୧୪ ,କେନ୍ଦୁଝର ୫ , ଖୋର୍ଦ୍ଧା ୩୨୭ , କୋରାପୁଟ ୧୧ , ମାଲକାନଗିରି ୩ , ମୟୂରଭଞ୍ଜ ୧୯ , ନବରଙ୍ଗପୁର ୩ , ନୟାଗଡ଼ ୧୧ , ନୁଆପଡା ୧ , ପୁରୀ ୨୧ , ରାୟାଗଡା ୧୧ , ସମ୍ବଲପୁର ୧୭ , ସୁନ୍ଦରଗଡ ୧୩ ଏବଂ ରାଜ୍ୟ ପୁଲ୍ ରୁ୭୬ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.