ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ପ୍ରଶାସନର ତତ୍ପରତା

ଭୁବନେଶ୍ୱର, ସେପ୍ଟେମ୍ବର୯ : ରାଜ୍ୟ ସରକାରଙ୍କ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଓ ବିଜୁ ସ୍ପସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେଇ) କାମ କରୁନଥିବା ପ୍ରତିବାଦରେ ଓଡିଶା ବିଧାନସଭା ବାହାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା କୁଜଙ୍ଗ ଯୁବକଙ୍କ ମୃତ୍ୟୁ ପରେ ଏସସିବି ବିଳମ୍ବିତ ରାତିରେ ପୋଷ୍ଟମର୍ଟମ କରି ପରିବାରକୁ ପରିବାର ହସ୍ତାନ୍ତର କରାଯାଇଛି । ଡାକ୍ତରୀ ଅବହେଳା ଅଭିଯୋଗରେ ଯୁବକ ଜଣକ ଗତକାଲି ହାତ କାଟିବା ସହିତ ବିଷ ପିଇଥିଲେ ଏବଂ କଟକ ଏସସିବି ଓଡିଶାରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ । 

gpkandhamal

ଏହା ପରେ ରାତି ଅଧରେ ତରବରିଆ ଭାବରେ ସ୍ୱର୍ଗଦ୍ୱାରରରେ ଶବକୁ ସତ୍କାର କରାଯାଇଛି । ଶବ ସକ୍ତାର ସମୟରେ ପରିବାର ଲୋକେ ଉପସ୍ଥିତ ଥିବା ସୂଚନା ମିଳିଛି । ଏହା ପରେ ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କୁଜଙ୍ଗ ବଡପାଳରେ ଭେଟି ସ୍ଥାନୀୟ ବିଡିଓ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ପରେ ଆଉ ୧୦ ଲକ୍ଷ ଦେବା ସହ ସ୍ତ୍ରୀଙ୍କ ଯୋଗ୍ୟତା ହିସାବରେ ଚାକିରି ଦେବାକୁ ମୌଖିକ ପ୍ରତିଶୃତି ଦେଇଛନ୍ତି ।

Umasankar Adv

ତେବେ ସ୍ୱର୍ଗ ଦ୍ୱାରରରେ ଶବ ସତ୍କାର ନେଇ ଦୁଷ୍ମନ୍ତଙ୍କ ଗାଁ ଏବଂ ଆଖପାଖରେ ଲୋକ ମାନେ ଅସନନୋଷ ପ୍ରକାଶ କରିଛନ୍ତି । ମୃତ୍ୟୁ ପରେ ପ୍ରଶାସନର ଏପରି ତତ୍ପରତା ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.