ଏସିଏଫ୍ ସୌମ୍ୟଙ୍କୁ ନ୍ୟାୟ ଦାବିରେ ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ୱର, ସେପ୍ଟେମ୍ବର 9 :ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ବି କୌଣସି ନିଷ୍କର୍ସରେ ପହଂଚି ପାରୁନି ପୋଲିସ୍ । ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାର ଲୋକ ।କ୍ରାଇମବ୍ରାଞ୍ଚ ତଦନ୍ତରୁ ବି ଏଯାଏ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ । ସୌମ୍ୟଙ୍କ ମୃତ୍ୟୁର ପାଖାପାଖି ଦୁଇ ମାସ ଭିତରେ ଗଜପତି ଡିଏଫଓ, ବିଦ୍ୟାଭାରତୀ ଓ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।

gpkandhamal

ତେବେ ଯଥା ଶୀଘ୍ର ପୋଲିସ୍ ଏହାର ତଦନ୍ତ କରି ପ୍ରକୃତ ଦୋଷୀ ପାଖରେ ପହଂଚିବା ପାଇଁ ଆଜି ତାଙ୍କ ପୈତୃକ ଗାଁ ବାଲେଶ୍ୱର ଜିଲ୍ଲା ଖଇରାରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ନାଗରିକ ମଞ୍ଚ ।

Umasankar Adv

ଯାହାଫଳରେ ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ପାଳନ କରାଯାଉଛି । ତଦନ୍ତର ଶିଥିଳତା ନେଇ ପ୍ରଶ୍ନ ଉଠାଇଛି ନାଗରିକ ମଞ୍ଚ । ଏହାକୁ ମଧ୍ୟ ସମର୍ଥନ କରୁଛନ୍ତି ବିଭିନ୍ନ ବ୍ୟବସାୟୀ ଓ ଦୋକାନ ବଜାର । ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ସୁଚନା ଅନୁସାରେ ଜୁଲାଇ ୧୨ ତାରିଖରେ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା । ତାପରଦିନ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କପ ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.