କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡର ପୁଅ ଆଫାଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

କାବୁଲ, ସେପ୍ଟେମ୍ବର ୯, : ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିଛି । ଏହି ନୂତନ ସରକାରର ଅଧିକାଂଶ ମନ୍ତ୍ରୀଙ୍କ ନାମ ଆତଙ୍କବାଦୀ ତାଲିକାରେ ରହିଥିବା କୁହାଯାଉଛି । ଏହମଧ୍ୟରୁ ଗୋଟିଲ ହେଉଛି ଅଫଗାନିସ୍ତାନର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ମୁଲ୍ଲା ମହମ୍ମଦ ୟାକୁବ । ସେ ତାଲିବାନର ପ୍ରଥମ ନେତା ତଥା ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ । ମୁଲ୍ଲା ଓମାର ଆଇସି-୮୧୪ ଅପହରଣର ମାଷ୍ଟରମାଇଣ୍ଡ ଏବଂ ଏହି ଅପହରଣକୁ ଆଇଏସଆଇ ମଧ୍ୟ ସମର୍ଥନ କରିଥିଲା । ୨୪ ଡିସେମ୍ବର ୧୯୯୯ରେ, ପାକିସ୍ତାନୀ ଆତଙ୍କବାଦୀମାନେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪କୁ ଅପହରଣ କରି ନେଇଥିଲେ ଏବଂ ତାଙ୍କ ସହଯୋଗୀଙ୍କୁ ମୁକ୍ତ କରିବା ପାଇଁ ମୁଲ୍ଲା ଓମର ଏହାକୁ ପରିଚାଳନା କରୁଥିଲେ ।

gpkandhamal

ବିମାନରେ ୧୬୭ ଜଣ ଯାତ୍ରୀ ଥିଲେ, ଯେଉଁମାନେ ୭ ଦିନ ଧରି ଅପହରଣକାରୀଙ୍କ ଦ୍ୱାରା ବନ୍ଧକ ରହିଥିଲେ । ବିମାନ କାନ୍ଧାହାରରେ ପହଞ୍ôଚବା ପରେ ତାଲିବାନ ଆତଙ୍କବାଦୀମାନେ ବିମାନକୁ ଚାରିପାଖରୁ ଟ୍ୟାଙ୍କର ସାହାଯ୍ୟରେ ଘେରିଯାଇଥିଲେ । ସେତେବେଳେ କାନ୍ଦାହାରରେ ତାଲିବାନ ଶାସନ ଚାଲିଥିଲା । ତେବେ ଅପହରଣକାରୀଙ୍କ ମୁକାବିଲା ପାଇଁ ଭାରତ ସାମରିକ ପଦକ୍ଷେପ ନେବାକୁ ଚାହୁଁଥିଲା, କିନ୍ତୁ ତାଲିବାନ ଏବଂ ମୁକ୍ତା ଓମାର ଏହାକୁ ଅନୁମତି ଦେଇନଥିଲେ । ତାଲିବାନ ସରକାରର ୩୩ ମନ୍ତ୍ରୀଙ୍କ ମଧ୍ୟରେ ୧୪ ଜଣ ଆତଙ୍କବାଦୀ ଅଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବ୍ଲାକ ଲିଷ୍ଟରେ ଥିôବା ଅନେକ ନାମ ମଧ୍ୟରେ ପ୍ରଧାନମନ୍ତ୍ରୀ ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡ, ତାଙ୍କର ଦୁଇ ଉପମୁ୍‌ଖ୍ୟମନ୍ତ୍ରୀ ମଲ୍ଲିକ ଅବଦୁଲ ଘାନି ବରଦାର ଏବଂ ମୌଲଭି ଅବଦୁଲ ସଲାମ ହାନାଫି ଅଛନ୍ତି ।

Umasankar Adv
Leave A Reply

Your email address will not be published.