ପୁଣି ପୋଲିସର ଦାଦାଗିରିକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡ଼ା, ସେପ୍ଟେମ୍ବର 9 : ପୋଲିସ୍ ର  ଦାଦାଗିରିକୁ ନେଇ ପୁଣି ଊଠିଲା ପ୍ରଶ୍ନ । ଗତକାଲି ହେଲମେଟ୍ ଓ ମାସ୍କ ଚେକିଂ ବେଳେ ବଚସାରୁ ପୋଲିସ ଫୋର୍ସ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣି ଛକଠାରେ । ସୁଚନା ଅନୁସାରେ କେନ୍ଦ୍ରାପଡ଼ା ସହର ଗରାପୁର ବଉଳବିହାରରେ ରହୁଥବା ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ଗତକାଲି ବଜାରରୁ ଫେରୁଥିଲେ । ସେହି ସମୟରେ ବାଟରେ ହେଲମେଟ୍, ମାସ୍କ ଓ ଡିଏଲ୍ ଚେକିଂ ବେଳେ ଖିଲାପ କରିଥିବାରୁ ସେ ଫାଇନ୍ ଦେଇଥିଲେ । ଏହି ସମୟରେ ତିନିମୁହାଣି ନିକଟରେ ପୁନର୍ବାର ତାଙ୍କୁ ଫାଇନ୍ ଦେବାକୁ କହିଥିଲା ଟାଉନ୍ ଥାନା ପୋଲିସ ।

gpkandhamal

ପୂର୍ବରୁ ଜରିମାନା ବାବଦରେ କାଟିଥିବା ରସିଦ ଦେଖାଇଥିଲେ ବି ତାଙ୍କ କଥା କେହି ଶୁଣି ନଥିବା ଅଭିଯୋଗ ହୋଇଛି ।  ପ୍ରତିବାଦ ବେଳେ ଚେକିଂ ଦାୟିତ୍ୱରେ ଥିବା ପୋଲିସ ସହ ତାଙ୍କ କଥା କଟାକଟି ଓ ପରେ ଧସ୍ତାଧସ୍ତି ହୋଇଥିଲା । ମନୋରଞ୍ଜନ ରାଉତଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । 

Umasankar Adv
Leave A Reply

Your email address will not be published.